ଗଜପତିରେ ଆଜି ପୁଣି ୧୪୧ ପଜିଟିଭ୍ ଚିହ୍ନଟ ହେଲେ, ମୋଟ ସଂଖ୍ୟା ୭୧୪୨

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନାହିଁ । ଜିଲ୍ଲାରେ କ୍ରମାଗତ ଭାବେ ଗତ କିଛି ଦିନ କରୋନା ସଂକ୍ରମଣକାରୀ ଚିହ୍ନଟ ହେଉଥିବା ବେଳେ ଆଜି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମଗ୍ର ଜିଲ୍ଲାରେ ମୋଟ ସଂଖ୍ୟା ୭୧୪୨ରେ ପହଂଚିଲା । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପଜିଟିଭ୍‌ଙ୍କ ସଂଖ୍ୟା ଆଜିବି ସର୍ବାଧିକ ୭୦ ରହିଛି । ସେହିପରି ଜିଲ୍ଲାର ଗୋଷାଣୀ ବ୍ଲକରୁ ୧୨ଜଣ, ଗୁମ୍ମା ବ୍ଲକରୁ ୨ଜଣ, କାଶୀନଗର ବ୍ଲକରୁ ୨୧ଜଣ, ମୋହନା ବ୍ଲକରୁ ୨୫ଜଣ, ନୂଆଗଡ ବ୍ଲକରୁ ୫ଜଣ, ଆର୍‌.ଉଦୟଗିରି ବ୍ଲକରୁ ୬ଜଣ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇ ଜିଲ୍ଲାବାସୀ ଜରୁରୀ ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ