କାଶୀନଗର ଏନ୍‌ଏସି କର୍ତ୍ତୃପକ୍ଷଙ୍କ ସଟଡାଉନ ନିୟମକୁ ଉଲଂଘନ

ପାରଳାଖେମୁଣ୍ଡି, ୧୭ା୫ (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସି କର୍ତ୍ତୃପକ୍ଷ ସଟଡାଉନ୍ ନିୟମକୁ ଖୋଲା ଖୋଲି ଉଲଂଘନ କରୁଥିବାର ଦେଖିବାକୁ ମିଳୁଛି । ଏନ୍‌ଏସି କର୍ତ୍ତୃପକ୍ଷ ସପ୍ତାହନ୍ତ ସଟଡାଉନ ତଥା ଶନିବାର ଓ ରବିବାରକୁ ଘୋଷଣା କରିଥିଲେ ବି ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କାଶୀନଗର ସହରରେ । ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପେନ୍‌ସନ ପାଉଥିବା ୧୧, ୧୨ ଓ ୧୩ ୱାର୍ଡର ହିତାଧିକାରୀଙ୍କୁ ଡାକି ପେନସନ ଟଙ୍କା ବଣ୍ଟନ କରୁଛନ୍ତି ଏନଏସି କର୍ତ୍ତୃପକ୍ଷ । ଯାହାକି ସରକାରଙ୍କ କୋଭିଡ୍ ନିୟମକୁ ଉଲଂଘନ କରୁଛି । ହିତାଧିକାରୀଙ୍କୁ ଘରକୁ ଯାଇ ପେନସନ୍ ଟଙ୍କା ଦେବା ପରିବର୍ତ୍ତେ ସେମାନଙ୍କୁ ଅଫିସ ପାଖକୁ ଡାକି ପେନ୍‌ସେନ ଦେଇଛନ୍ତି । ଖରାରେ ବୁଢା, ବୁଢିମାନେ ବାଧ୍ୟ ହୋଇ ଆସୁଥିବାର ଲକ୍ଷ୍ୟ କରାଯାଇଛି । ଅପରପକ୍ଷରେ ଏପରି ପେନସନଧାରୀମାନେ ଆସି ଗହଳି ଜମାଉଥିବାରୁ କରୋନା ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ଦେଖାଦେଇଛି । ଏନେଇ କାଶୀନଗର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ସତ୍ୟସମ୍ପର୍ଣ୍ଣା ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଘର ପାଖରେ ପେନ୍‌ସନ ଦେବା ପାଇଁ ଗଲେ ହିତାଧିକାରୀମାନେ ଗହଳି କରୁଛନ୍ତି । ତେବେ ଉଭୟ ତଥା କାଶୀନଗର ଏନ୍‌ଏସି କର୍ତ୍ତୃପକ୍ଷଙ୍କ କଥା ଏବଂ ହିତାଧିକାରୀ ମାନେ ଅଫିସକୁ ଆସି ଗହଳି କରୁଥିବା କଥାକୁ ନେଇ ସରକାର ଏହାର ବିଚାର କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ