ଚାରି ଛାତ୍ରୀ ଲାପଟପ୍ ବୃତ୍ତି ପାଇଲେ

ବୁଗୁଡା ,(ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଓ ବୁଗୁଡାର ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ରାଜ୍ୟ ସରକାରଙ୍କ ଲାପଟପ୍ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିକାରୀ ଚରଣ ସ୍ଵାଇଁ ଙ୍କ ଝିଅ ଦୀପ୍ତିମୟୀ ସ୍ଵାଇଁ ସାଧାରଣ ବର୍ଗ ର ଛାତ୍ରୀ ଓ ସନ୍ତୋଷ କୁମାର ସେଠୀ ଙ୍କ ଝିଅ ଲିଜା ସେଠୀ ଅନୁସୂଚିତ ଜାତି ବର୍ଗର ଛାତ୍ରୀ ଭାବେ ୩୦ ହଜାର ଟଙ୍କା ଲେଖାଏଁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ବୁଗୁଡା ଶ୍ରୀ ବଳଦେବ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାଣିକପୁର ଗ୍ରାମର ଛାତ୍ରୀ ବର୍ଷରାଣୀ ନାୟକ ଓ ବେଲପୁର ଗ୍ରାମର ଛାତ୍ରୀ ସ୍ନେହଳତା ରାଉତ ଦୁଇଜଣ ଲାପଟପ୍ ବୃତ୍ତି ୩୦ ହଜାର ଟଙ୍କା ଲେଖାଏଁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ