ଘରୋଇ ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ୱାଇଏନ୍‌ଏସ୍‌): ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ କ୍ଷେତ୍ରରେ ସରକାର ହସ୍ତକ୍ଷେପ କରିଛନ୍ତି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି। ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ମାରୁତି ଓମନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ବାବଦକୁ ୭୫୦ ଟଙ୍କା ନିର୍ଦ୍ଧାରଣ କରିଛନ୍ତି ସରକାର। ସେହିପରି ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଭଡ଼ା ନେବେ। ବୋଲେରୋ ଭଳି ମଧ୍ୟ ବର୍ଗର ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ନେବେ। ସେହିଭଳି ଲାଇଫ୍ ସପୋର୍ଟ ଥିଲେ ୧୦ କିମିକୁ ୧୫୦୦ ଟଙ୍କା ନେବେ। ଏହି ବିଜ୍ଞପ୍ତି ଅନୁଯାୟୀ, ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ନେବେ। ସେଥିରେ ଲାଇଫ ସପୋର୍ଟ ଥିଲେ ୨୦୦୦ ଟଙ୍କା ନେବେ। ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ