ଯବାନଙ୍କ ଗୁଳିରେ ତିନି ଗ୍ରାମବାସୀ ମୃତ

ଛତିଶଗଡ, (ୱାଇଏନ୍‌ଏସ୍‌): ନକ୍ସଲମାନେ ଏନଡିଆରଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିବା ପରେ ଛତିଶଗଡର ସୁକମା ଜିଲ୍ଲାରେ ତିନି ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଗତ ତିନି ଦିନ ହେବ ସୁକମା-ବିଜାପୁର ସୀମାରେ ଥିବା ତରେମସ୍ଥିତ ମୋକୁର କ୍ୟାମ୍ପ ବିରୋଧରେ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଗତ ଦୁଇ ଦିନ ଧରି ବିରୋଧ କରିବା ପରେ ସେମାନେ ଗତକାଲି ରାତିରେ ଫେରି ଯାଇ ଆଜି ପୁଣି ଆସିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ପୋଲିସ ଚେଷ୍ଟା କରିଥିଲା। ଏହା ପରେ କ୍ୟାମ୍ପରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା ଏବଂ ଗୁଳି ବିନିମୟରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।ପୋଲିସର ଯବାବୀ ହାମଲାରେ ଅନେକ ନକ୍ସଲଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଏହି ସଂଘର୍ଷରେ ନକ୍ସଲମାନେ ଗ୍ରାମବାସୀଙ୍କୁ ଆଗରେ ରଖି ପୋଲିସ ଯବାନ ଉପରକୁ ଗୁଳି ଚଳାଇଥିଲେ। ପୋଲିସର ପାଲଟା ଜବାବରେ କିଛି ବିରୋଧକାରୀଙ୍କ ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ