କୋଭିଡ୍‌ ହସ୍ପିଟାଲରେ ଲାଗିବ ସିସିଟିଭି, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କୋଭିଡ଼ ହସ୍‌ପିଟାଲ୍‌ରେ ବଢ଼ୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ତଥା ସାଧାରଣ ଲୋକ ଆଶ୍ଚର୍ଯ୍ୟ ଓ ସନ୍ଦେହ ପ୍ରକଟ କରି ଚିନ୍ତାରେ ପଡିଛନ୍ତି । ପ୍ରକୃତରେ କଣ ଘଟୁଛି ତାହା ଲୋକଲୋଚନକୁ ଆସିପାରୁନଥିବାରୁ ତାହା ସମସ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଥିଲା । ମାତ୍ର ଏବେ ରାଜ୍ୟର ସମସ୍ତ କୋଭିଡ଼ ହସ୍‌ପିଟାଲ୍‌ରେ ସିସିଟିଭି ଲାଗିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ହସ୍ପିଟାଲର ଅବ୍ୟବସ୍ଥା ନେଇ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି। କୋଭିଡ୍‌ ହସ୍ପିଟାଲରେ ହେଲ୍ସ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍‌ ଲାଇନ୍‌ ରହିବ। ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଫୋନ୍‌ରେ କଥା ହେବା ପରେ ଡେସ୍କର କର୍ମଚାରୀ ରୋଗୀଙ୍କ ଭଏସ ଏବଂ ଫଟୋ ସମ୍ପର୍କୀୟଙ୍କୁ ପଠାଇପାରିବେ। ହସ୍ପିଟାଲ ବାହାରେ ଏକ ସମ୍ମଳିନୀ କକ୍ଷ ପ୍ରସ୍ତୁତ କରାଯିବ। ସେଥିରେ ସିସିଟିଭି ବ୍ୟବସ୍ଥା ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ