ଛତ୍ରପୁର ଏନଏସି ପକ୍ଷରୁ ବୁଲା ଗାଇଗୋରୁ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଛତ୍ରପୁର, (ଦେବଦତ୍ତ ମହାରଣା):କରୋନା ର ଦ୍ୱିତୀୟ ଲହରର ଚେନ୍ କୁ ରୋକ ଲଗାଇବା ପାଇଁ ସାରା ରାଜ୍ୟକୁ ତାଲାବନ୍ଦ ରେ ରଖାଯାଇଥିବା ବେଳେ ଜନସାଧାରଣ ମାନେ ନିଜ ନିଜ ଘରେ ସୁରକ୍ଷିତ ଭାବେ ରହିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଥିବା ପଶୁ ପକ୍ଷୀ ,ଅସହାୟ ଓ ଗରିବ ଲୋକ ମାନେ ଖାଇବାକୁ ନ ପାଇ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ଏନଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ଅସହାୟ ଗରୀବ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିବା ସହିତ ବୁଲା ଗାଇ ଗୋରୁ,କୁକୁର ମାନଙ୍କୁ ମଧ୍ୟ ରନ୍ଧାଖାଦ୍ୟ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି ର ଯୁଗଳ କିଶୋର ଦାସ, ଶ୍ରୀମନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ