କଣ୍ଟେନରକୁ ପିଟିଲା ଟ୍ରକ, ଚାଳକ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଡାହାଲା ଛକ ଠାରେ ରବିବାର ଭୋର ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଭୋର ପ୍ରାୟ ୪ଟା ସମୟରେ ଏକ ଟ୍ରକ ଯାଜପୁର ରୋଡ ଅଞ୍ଚଳରୁ ପାଉଁଶ ଗୁଣ୍ଡ ବୋଝେଇ କରି ବାଲେଶ୍ୱର ଅଭିମୁଖେ ଆସୁଥିବାବେଳେ ଏହା ଏକ କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣାର କିଛି ସମୟ ପରେ ସ୍ଥାନୀୟ ଲୋକେ ଏନେଇ ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଗାଡି ଘଟଣା ସ୍ଥଳରେ ପହଞ୍ଚିବା ପରେ ଟ୍ରକ ଡ୍ରାଇଭର ଚାପି ହୋଇଯାଇଥିବା ଥାନା କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ । ଚାଳକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିବାବେଳେ ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ ସୁଦ୍ଧା କଟର ମେସିନ ନଥିବାରୁ ଡ୍ରାଇଭରଟି ଉଦ୍ଧାର ହୋଇପାରିନଥିଲା । ଏହାପରେ ଘରୋଇ ସଂସ୍ଥାର କଟର ସାହାର୍ଯ୍ୟରେ ଟ୍ରକ ସାମ୍ନାପଟୁ କଟାଯାଇ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ନେଇ ଥାନା ପକ୍ଷରୁ ୧୭୦/୨୧ରେ ମାମଲା ରୁଜ୍ଜୁ ହୋଇଥିବାବେଳେ ଦୁଇଗୋଟି ଟ୍ରକକୁ ଜବତ କରାଯାଇଛି । ଏହାଛଡା ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଅନୁଗୁଳ ସ୍ଥିତ ତାଙ୍କୁ ସମ୍ପର୍କିୟଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ