ଲକଡାଉନ ବେଳେ ମାନସିକ ବିକୃତ ବ୍ୟକ୍ତିଙ୍କୁ ସେବା କଲେ ଗଣମାଧ୍ୟମ ପ୍ରତିନିଧି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ସଂପ୍ରତି କରୋନା ମହାମାରୀ ପାଇଁ ସର୍ଟଡାଉନ ଓ ଲକଡାଉନ ନିୟମ କଡାକଡି ହୋଇଥିବାବେଳେ ସାଧାରଣ ଲୋକେ ଯଥେକଷ୍ଟେ ଚଳିଯାଉଛନ୍ତି । କିନ୍ତୁ ବିକୃତ ମସ୍ତିଷ୍କ, ଅସହାୟ ଓ ଅନ୍ୟାନ୍ୟ ନିମ୍ନ ବର୍ଗର ବ୍ୟକ୍ତିଟିଏ ଏଥିରେ ବେଶ ଦୁଃଖି ହେଉଛି । ଦୋକାନ ବଜାର ସହିତ ଛକ ବଜାର ଅଧିକାଂଶ ସମୟ ବନ୍ଦ ରହୁଥିବାରୁ ଏହା ଉପରେ ନିର୍ଭର କରି ବଞ୍ଚୁଥିବା ବିକୃତ ମସ୍ତିଷ୍କ ବ୍ୟକ୍ତିଟିଏ ଭୋକ ବିନା ଆଉଟୁପାଉଟୁ ହେଉଛି । ଏପରିକି ସ୍ନାନ ଶୌଚରୁ ମଧ୍ୟ ବଞ୍ଚିତ ହେଉଛି । ଏପରିସ୍ଥଳେ ଏଭଳି କିଛି ବ୍ୟକ୍ତିଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ଯୁବ ଗଣମାଧ୍ୟମ ପ୍ରତିନିଧି ବିବେକାନନ୍ଦ ସାମଲ । ସ୍ଥାନୀୟ ଧାମନଗର ଛକ, ବାରିକପୁର, ଭଗବାନପୁର, କହରାପୋଖରୀ ପ୍ରମୁଖ ବଜାର ଗୁଡିକରେ ରହୁଥିବା ବିକୃତ ମସ୍ତିଷ୍କ ମାନଙ୍କୁ ସେ ଅକୁଣ୍ଠ ସହଯୋଗ କରିଛନ୍ତି । ଶ୍ରୀ ସାମଲ ଆଜି ଉକ୍ତ ସ୍ଥାନ ଗୁଡିକରେ ପହଞ୍ଚି ସେମାନଙ୍କ କେଶ କାଟିବା ସହିତ ନଖସଫା କରିଥିଲେ । ଏହାଛଡା ସେମାନଙ୍କୁ ସାବୁନରେ ପରିଷ୍କାର ପରିଚ୍ଛନ କରି ଗାଧୋଇ ଦେବା ପରେ ଶୁଖିଲା ଖାଦ୍ୟ ଓ ପାନୀୟଜଳ ପ୍ରଦାନ କରିଥିଲେ । ଏଭଳି ସମୟରେ ଯୁବ ଗଣମାଧ୍ୟମ ପ୍ରତିନିଧିଙ୍କ ଅକୁଣ୍ଠ ସେବାକୁ ଅଞ୍ଚଳର ବୃଦ୍ଧିଜୀବି ମାନେ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ