ହୋଟେଲ ଯାଞ୍ଚ କଡାକଡି ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ଅଧିନ ୧୬ନଂ ଜାତୀୟ ରାଜପଥର ଛତାବର ନିକଟରେ ଥିବ ଢାବା ଗୁଡିକ କୋଭିଡ ଗାଇଡଲାଇନ ଉଲଙ୍ଘନ କରୁଥିବା ଅଭିଯୋଗ ହୋଇ ଆସୁଛି । କରୋନା ମହାମାରୀକୁ ରୋକିବା ପାଇଁ ସରକାର ସ୍ୱତନ୍ତ୍ର ଗାଇଡଲାଇନ ପ୍ରଣୟନ କରିଥିବାବେଳେ କୌଣସି ହୋଟେଲରେ ଜନସମାଗମ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ହୋଟେଲ ଓ ଢାବା ପରିଚାଳକ ମାନେ କେବଳ ପାର୍ଶଲ ଜରିଆରେ ଖାଦ୍ୟ ଯୋଗାଇବ ବୋଲି ପ୍ରଶାସନିକ ନିର୍ଦ୍ଦେଶ ପ୍ରକାଶ ପାଇଛି । ପରିତାପର ବିଷୟ ଏହାକୁ ଛତାବର ଠାରେ ଥିବା କିଛି ହୋଟେଲ ଅବମାନନା କରି ବାହାର ରାଜ୍ୟ ଗାଡି ଚାଳକଙ୍କୁ ଏକତ୍ରିତ କରି ଖାଦ୍ୟ ପରଶୁଥିବା ଜଣାପଡିଛି । ଏଭଳି ଅଭିଯୋଗ ଆସିବା ପରେ ସ୍ଥାନୀୟ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ପୁଲିସ କର୍ମଚାରୀ ମାନଙ୍କ ସହିତ ଗତ ରବିବାର ରାତ୍ରୀରେ ହୋଟେଲ ଗୁଡିକ ଉପରେ ବି ଚଢାଉ କରିଥିଲେ । ଚଢାଉ ବେଳେ ହୋଟେଲ ଦିପାୟନ କୋଭିଡ ଗାଇଡଲାଇନ ଉଲଙ୍ଘନ କରିଥିବା ତହସିଲଦାର ଦେଖିବାକୁ ପାଇଥିଲେ । ଏହାପରେ ହୋଟେଲ ପରିଚାଳକଙ୍କୁ ତାଗିଦ କରିବା ସହ ଆଇନ ଉଲଙ୍ଘନ କରିଥିବାରୁ ୨ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ସେହିଭଳି ଅନ୍ୟ ଢାବା ଗୁଡିକ ଉପରେ ତହସିଲଦାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି କୋଭିଡ ଶୃଙ୍ଖଳା ପାଳନ ହେଉଛି କି ନାହିଁ ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ