ହାଟଡିହି ମେଡିକାଲରେ ଅକସିଜେନ ରଖିବାକୁ ଦାବି

ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ଡାକ୍ତରଖାନାଟି ବ୍ଲକର ମୁଖ୍ୟ ଡାକ୍ତରଖାନା ଭାବେ ପରିଗଣିତ । କିନ୍ତୁ ଦୁଭାଗ୍ୟର କଥା ଯେ ଏହି ଡାକ୍ତରଖାନା ଟିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁବେଳେ ଅବହେଳା ପ୍ରଦର୍ଶନ କରାଯାଉଛି । ଏହି ଡାକ୍ତରଖାନା ଊଉପରେ ହାଟଡିହି ବ୍ଲକର ହାଟଡିହି, ଶାସଙ୍ଗ, ପନ୍ଦାଡୋ, ବଞ୍ଚୋ, ମରୈଗାଁ, ସୁଲଣ, ବଡରମ୍ପାସ ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରିଥନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ ଦୀର୍ଘ ବର୍ଷ ହେଲା କୌଣସି ସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯାଉ ନାହିଁ । ଜଣେ ଅବସରପ୍ରାପ୍ତ କମ୍ପାନି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ କାମଚଳା କରାଯାଉଛି । ଯାହାଦ୍ୱାରା ଲୋକମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ସବୁଠାରୁ ବଡକଥା ଯେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଡାକ୍ତରଖାନାଟି ଥିଲେବି ଏଠାରେ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ନାହିଁ । ଅନେକ ରୋଗୀ ଗୁରୁତର ଅବସ୍ଥାରେ ଏଠାକୁ ଚିକିତ୍ସା ପାଇଁ ଧାଇଁ ଆସୁଥିବାବେଳେ ସେମାନଙ୍କୁ ଅକସିଜେନ ନଲଗାଇ ସେହିପରି ଅନ୍ୟ ଡାକ୍ତରଖାନାକୁ ରେଫର କରିଦିଆଯାଉଛି । ଫଳରେ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏବେ କରୋନା ମହାମାରୀ ଯେପରି ଗାଁକୁ ଗାଁ ବ୍ୟାପୁଛି ସେଥିପାଇଁ ଅକସିଜେନର ଅନେକ ଆବଶ୍ୟକତା ରହିଛି । ତେଣୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଠରେ ରୋଗୀ ମାନଙ୍କ ପାଇଁ ଅକସିଜେନର ବ୍ୟବସ୍ଥା କରାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ