କର୍ମଭୂମୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମମତା

କୋଲକାତା: ମମତାଙ୍କୁ ଆସନ୍ତା ୬ ମାସ ମଧ୍ୟରେ ସେ କୌଣସି ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବ ଦରକାର। ତେଣୁ ଏବେ ସେ ପୁଣିଥରେ ନିଜ କର୍ମଭୂମୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ଆସନରୁ ନିର୍ବାଚନ ଜିତି ମନ୍ତ୍ରୀ ହୋଇଥିବା ଟିଏମସି ବିଧାୟକ ଶୋଭେନଦେବ ଚଟ୍ଟୋପାଧ୍ୟାୟ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଶୋଭେନଦେବ କିନ୍ତୁ କୃଷି ମନ୍ତ୍ରୀ ପଦରେ ରହିବେ। ସବୁଠୁ ବଡ଼ କଥା ହେଲା ରାଜ୍ୟରେ ୨୯୪ ବିଧାନସଭା ଆସନରୁ ୨୯୨ ଆସନରେ ନିର୍ବାଚନ ହୋଇଥିଲା। ଆଉ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପିର ଦୁଇ ନେତା ମଧ୍ୟ ଇତି ମଧ୍ୟରେ ଇସ୍ତଫା ଦେଇଛନ୍ତି। ମୋଟ୍ ଉପରେ ୪ଟି ଆସନ ଖାଲି ପଡ଼ିଛି। ହେଲେ ଏହିସବୁ ଆସନରୁ ମମତା ନିର୍ବାଚନ ଲଢିବା ଅପେକ୍ଷା ନିଜର ଗଡ଼ ତଥା ଭବାନୀପୁରରୁ ନିର୍ବାଚନ ଲଢ଼ିବାକୁ ଉଚିତ୍ ମନେ କରିଛନ୍ତି। କାରଣ ଭବାନୀପୁର ଛାଡି ଆଉ କୌଣସି ଆସନରେ ନିର୍ବାଚନ ଲଢ଼ିଲେ ବିରୋଧୀ ବିଜେପିକୁ ପୁଣି କଡ଼ା ମୁକାବିଲା କରିବାକୁ ପଡ଼ିପାରେ। ଯଦିଓ ରାଜ୍ୟରେ ଟିଏମସି ଅଧିକ ଆସନରେ ନିର୍ବାଚନ ଜିତିଛି। ନରେ ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପାଖରୁ ପରାସ୍ତ ହୋଇଥିଲେ। ହେଲେ ବିଧାନସଭାରେ ୨୯୨ଟି ଆସନରୁ ୨୧୩ଟି ଆସନରେ ଜିତି ଟିଏମସି ସରକାର ଗଢ଼ିଛି। ମମତା ବାନାର୍ଜୀ ଟିଏମସି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇ ମେ ୫ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ