ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଳକ  କୋଟିନଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି  ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗ ଶୁଣାଣି ରେ ବ୍ରହ୍ମପୁର ମହାନଗର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀ ,ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଅତିରିକ୍ତ ବିଡିଓ ଉମେଶ କୁମାର ସେଠୀ , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରୋଜାଲିନ୍ ଦଳାଇ ,  ସରପଞ୍ଚ ଗୀତାଞ୍ଜଳି ବେହେରା , ସମିତି ସଭ୍ୟା ତମାଳ ନାୟକ , ସିଡ଼ିପିଓ ପୁଷ୍ପାଞ୍ଜଳି ଶତପଥି ପ୍ରମୁଖ ବହୁ ସଂଖ୍ୟକ ସରକାରୀ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।  ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ୪୮ ଜଣ ହିତାଧିକାରୀ ନିଜର ବ୍ୟକ୍ତିଗତ ଏବଂ ଗ୍ରାମର ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ ।  ଡଙ୍କାରୀ ଗ୍ରାମ ଓ କୋଟିନଡା ଗ୍ରାମ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ କକ୍ଷ ଗୃହ ଏବଂ ପାଚେରୀ ନିର୍ମାଣ  , କଲ୍ୟାଣ ମଣ୍ଡପ , ରାସ୍ତା ନିର୍ମାଣ ଓ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି  ରେ ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ମାନେ ଯୋଗଦେଇଥିଲେ।  ୨୦୨୨ ବ୍ଯାଚର ଓଏଏସ୍ ଟ୍ରେନି ଅଧିକାରୀ ବୃନ୍ଦ ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବିଡ଼ିଓ ଏବଂ ତହସିଲଦାର  ଙ୍କ ସହ ବ୍ଳକ ଅଧିନ ବିଭିନ୍ନ ଗ୍ରାମର ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ । ପ୍ରଥମେ ସେମାନେ କୋଟିନଡାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗଦାନ କରିବା ପରେ ସିଦ୍ଧେଶ୍ୱର ଗ୍ରାମ ସ୍ଥିତ ଆଦର୍ଶ ବିଦ୍ୟାଳୟ , ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପଦ୍ମନାଭପୁର ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ପରିଭ୍ରମଣ କରି ସେଠାକାର ଅଧିକାରୀଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ