କେନ୍ଦ୍ର ସରକାରୀ କର୍ମଚାରୀ ଜୁଲାଇ ୧ରୁ ପାଇବେ ଅଧିକ ଦରମା

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): କେନ୍ଦ୍ର ସରକାରୀ କର୍ମଚାରୀ ଜୁଲାଇ ପହିଲାରୁ ଅଧିକ ଦରମା ପାଇବେ। ଗତ ବର୍ଷ କରୋନା କାରଣରୁ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)କୁ ଅଟକାଇ ରଖିଥିଲେ, ଯାହା ଏଥର ମିଳିବାକୁ ଯାଉଛି। ଜୁଲାଇ ୧ ରୁ ବର୍ଦ୍ଧିତ ବେତନ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କରିବ। ସରକାର ସଂସଦରେ କହିଥିଲେ ଯେ ସେମାନଙ୍କର ଅଟକି ରହିଥିବା ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର) ଜୁଲାଇ ୨୦୨୧ ରୁ ପୁନଃ ପ୍ରଦାନ କରାଯିବ। ୧୭ ପ୍ରତିଶତ ହାରରେ ଉପଲବ୍ଧ ଥିବା ମହଙ୍ଗା ଭତ୍ତା ଆଉ ୧୧ ପ୍ରତିଶତକୁ ବୃଦ୍ଧି ପାଇବ ଏବଂ ମୋଟ ୨୮ ପ୍ରତିଶତକୁ ପ୍ରତିଶତକୁ ବୃଦ୍ଧି ହୋଇଯିବ। ଅଲ ଇଣ୍ଡିଆ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI) ତଥ୍ୟ ଅନୁଯାୟୀ ଜାନୁୟାରୀରୁ ଜୁନ୍ ୨୦୨୧ ମଧ୍ୟରେ ଅତି କମରେ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇପାରିବ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ପୁନଃ ଡିଏ ଲାଗୁ ହେବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ। ଏଥିରେ ଜାନୁୟାରୀରୁ ଜୁନ୍ ୨୦୨୦ ପର୍ୟ୍ୟନ୍ତ ଡିଏ ରେ ୩ ପ୍ରତିଶତ ବୃଦ୍ଧି, ଜୁଲାଇରୁ ଡିସେମ୍ବର ୨୦୨୦ ମଧ୍ୟରେ ୪ ପ୍ରତିଶତ ବୃଦ୍ଧି ଏବଂ ଜାନୁୟାରୀରୁ ଜୁନ୍ ୨୦୨୧ ପର୍ୟ୍ୟନ୍ତ ୪ ପ୍ରତିଶତ ବୃଦ୍ଧି ଅନ୍ତର୍ଭୁକ୍ତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ