ଫେରାର୍‌ ମେହୁଲ ଚୋକ୍‌ସି ଗିରଫ

ଡୋମିନସିଆ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ପୁଲିସ ପrାରେ । ଆଣ୍ଟିଗୁଆରୁ ନିଖୋଜ ହେବାପରେ ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ଏବେ ଡୋମିନିକାରୁ ମେହୁଲ ଚୋକସି ଗିରଫ ହୋଇଥିବା ସୂଚନା ରହିଛିା କାରବିଆନ୍‌ ସମୁଦ୍ର ମଧ୍ୟରେ ଏହି ଡୋମିନସିଆ ରହିଛି ।ଆଣ୍ଟିଗୁଆ ମିଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡୋମିନିକା ସିଆଇଡି ଦ୍ୱାରା ମେହୁଲ ଚୋକସି ଗିରଫ ହୋଇଛି । ତିନି ଦିନ ପୂର୍ବେ ସେ ଆଣ୍ଟିଗୁଆର ଏକ ରେଷ୍ଟୁରାଣ୍ଟକୁ ଆସି ନିଖୋଜ ହୋଇଯାଇଥିଲା । ତେବେ ସେ ଜାଣିଶୁଣି ସେ ଫେରାର ହୋଇଯାଇଥିଲେ ନା କେହି ତାଙ୍କୁ ଅପହରଣ କରିଥିଲେ ସେ ନେଇ ସ୍ପଷc ହୋଇନାହିଁ । କାରଣ ମେହୁଲ ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ମେହୁଲଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଟ କରିଥିଲେ । ଆଣ୍ଟିଗୁଆ ଏବଂ ବାରବୁଡାରୁ ସେ ନିଖୋଜ ହୋଇଥିବା ନେଇ ମେହୁଲଙ୍କ ଓକିଲ ବିଜୟ ଅଗ୍ରୱାଲ ସୂଚନା ଦେଇଥିଲେ । ପିଏନବି ବ୍ୟାଙ୍କରେ ଋଣ ଠକେଇ କରି ଆଣ୍ଟିଗୁଆ ପଳାଇଛନ୍ତି ମେହୁଲ ଚୋକସି । ୨୦୧୮ ପାଖରୁ ସେ ଆଣ୍ଟିଗୁଆରେ ରହିଛନ୍ତି । ୧୪ ହଜାର କୋଟି ଋଣ ଠକେଇ ମାମଲାରେ ସଂପୃକ୍ତ ଏହି ପଳାତକ ବ୍ୟବସାୟୀଙ୍କ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ସୂଚନା ଅନୁଯାୟୀ ଚୌକସିଙ୍କ ନାମରେ ଗ୍ଲୋବାଲ ପୁଲିସ ରେଡ୍‌ ନୋଟିସ ଜାରି କରିଛି । ୨୦୧୮ରେ ଏହି ନୋଟିସ ଜାରି କରିଥିଲା ଗ୍ଲୋବାଲ ପୁଲିସ । ଏହାର ଅର୍ଥ ଯଦି ମେହୁଲ ଅନ୍ୟ କୌଣସି ଦେଶକୁ ଯିବେ ତାହେଲେ ସଙ୍ଗେସଙ୍ଗେ ଗ୍ଲୋବାଲ ପୁଲିସ ସତର୍କ ହୋଇ ବିହିତ ପଦକ୍ଷେପ ଗ୍ରହଣ କରିବ । ତେବେ ଆଣ୍ଟିଗୁଆର ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ଚୋକସି ଏବେ କ୍ୟୁବା ଯାଇଥାଇପାରନ୍ତି । କାରଣ ଆଣ୍ଟିଗୁଆ ଭଳି କ୍ୟୁବା ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତି ନାହିଁ । ଆଣ୍ଟିଗୁଆ ସହିତ ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ଭାରତ ମେହୁଲ ଚୋକସିକୁ ଆଣିବରେ ବିଳମ୍ୱ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ