ବିଶ୍ୱ ପରିବେଶ ଦିବସ : ଆସ ଗଛ ଲଗାଇବା,ପରିବେଶ ସୁରକ୍ଷା କରିବା,ମୁକ୍ତ ଅମ୍ଳଜାନ ପାଇବା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ସମଗ୍ର ବାମନଘାଟୀ ଉପଖଣ୍ଡର ସୀମା ସରହଦକୁ ସବୁଜିମା କରିବା ପାଇଁ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡଃ ଅରୁଣ କୁମାର ମିଶ୍ର ଏବଂ ସମସ୍ତ ବନକର୍ମଚାରୀ ସଦା ସର୍ବଦା କାର୍ଯ୍ୟରତ ,ସମର୍ପିତ । ବିଶ୍ୱ ପରିବେଶ ଦିବସରେ ବନଖଣ୍ଡ କାର୍ଯ୍ୟାଳୟର ସମସ୍ତ ରେଞ୍ଜର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି ।ସେହିଭଳି ରାଇରଙ୍ଗପୁର ଵନଖଣ୍ଡ କାର୍ଯ୍ୟାଳୟ ପରିସରରେ ଏବଂ ଶିମିଳିନାଳି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ତରଫରୁ ଡିଏଫଓଙ୍କ ପ୍ରତ୍ୟକ୍ଷ ତତ୍ବାଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ବଉଳ,ପିଜୁଳି,ଅଁଳା,ନିମ୍ବ,କରଂଜ,ବେଲ ପ୍ରଭୁତି ଗଛ ଲଗାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଡିଏଫଓ ଅରୁଣ ମିଶ୍ରଙ୍କ ସମେତ ,ବନାଞ୍ଚଳ ଅଧିକାରୀ ଅନ୍ତର୍ଯାମୀ ମହାକୁଡ,ବନପାଳ ବିପିନ ଚନ୍ଦ୍ର ବେହେରା,ବନପାଳ ସଂଜର ପ୍ରସାଦ ବେହେରା,ବନରଖୀ ପରମାନନ୍ଦ ମହାନ୍ତ,ଗୁରୁକୃଷ୍ନ ବେହେରା,ସିମିଳିନାଳି ବନସୁରକ୍ଷା ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ