କମୁଛି ରାଜସ୍ୱ, ବଢ଼ୁଛି ଖର୍ଚ୍ଚ : ଏବେ କମିବନି ପେଟ୍ରୋଲ ଦର

ନୂଆଦିଲ୍ଲୀ, ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର ଆକାଶଛୁଆଁ ରହିଛ । ଦେଶର ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛ । ତୈଳ ବିପଣନକାରୀ କମ୍ପାନୀ ପ୍ରତି ଦିନ ଦର ବୃଦ୍ଧି କରୁଛନ୍ତି । ଗୋଟିଏ ପଟେ କରୋନା କଟକଣା ଲୋକଙ୍କ ରୋଜଗାର ଛଡାଇବା ସହ ଆୟ ଉପରେ ପ୍ରହାର କରିଥିବା ବେଳେ ଅନ୍ୟପଟେ ଦରବୃଦ୍ଧି ଜନତାଙ୍କୁ କଲବଲ୍ କରୁଛି । ଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ-ଡିଜେଲ୍ ଦରରୁ ଏବେ ଲୋକଙ୍କୁ ଆଶ୍‌ସ୍ତି ମିଳିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି । ଗୁଜରାଟ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ହୁ ହୁ ହୋଇ ବଢୁଥିବା ପେଟ୍ରୋଲ-ଡିଜେଲ୍ ଦର କେବେ  ହ୍ରାସ ପାଇବ ? ଏହି ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏବେ ସରକାରଙ୍କ ଆୟ ବହୁତ ହ୍ରାସ ଘଟିଛି । ଆର୍ଥିକ ବର୍ଷ ୨୦୨୦-୨୧ରେ ମଧ୍ୟ ରାଜସ୍ କମିବାର ସମ୍ଭାବନା ରହିଛି । ଗୋଟିଏ ପଟେ ରାଜସ୍ କମ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଖର୍ଚ୍ଚ ବଢୁଛି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ବହୁତ ବଢିଛି । ସାମାଜିକ କଲ୍ୟାଣରେ ମଧ୍ୟ ସରକାର ଖର୍ଚ୍ଚ କରୁଛନ୍ତି । ବଢୁଥିବା ଖର୍ଚ୍ଚ ଓ ଆୟକୁ ଦୃଷ୍ଟିରେ ରଖି ପେଟ୍ରୋଲ-ଡିଜେଲ୍ ଦର କମ କରାଯିବାର ଏହା ଉଚିି ସମୟ ନୁହେଁ । ସେ ସ୍ପଷ୍ଟ କହିଛନ୍ତି ଯେ, ଡିଜେଲ୍ ଓ ପେଟ୍ରୋଲ ଦର ବର୍ତ୍ତମାନ କମିବ ନାହିଁ । ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଡିଜେଲ୍ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା । ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୭୦ ଅରବ ଡଲାରରେ ପହଞ୍ଚି ଯାଇଛି । ଏଥିପାଇଁ ଦେଶରେ ତୈଳ ଦର ବୃଦ୍ଧି ଘଟୁଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ