କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ଜୁଲାଇରେ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି ହେବାର ଅପେକ୍ଷା କରିଥିବା କେନ୍ଦ୍ର ସରକାରଙ୍କର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଖୁବ୍‌ ଶୀଘ୍ର ଖୁସି ଖବର ଶୁଣିବାକୁ ମିଳିପାରେ । ଏହି ବିଷୟରେ ନ୍ୟାସନାଲ କାଉନସିଲ୍‌ ଅଫ୍‌ ଜଏଣ୍ଟ କନ୍ସଲଟେଟିଭ୍‌ ମେସିନାରୀ (ଜେସିଏମ୍‌)ର ଏହି ମାସର ଦ୍ୱିତୀୟ ବା ୩ୟ ସପ୍ତାହରେ କେନ୍ଦ୍ର ସରକାରଙ୍କର ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇପାରେ । ଏଥିରେ ବିତ୍ତ ମନ୍ତ୍ରାଳୟ ଓ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ ଟ୍ରେନିଂର ଅଧିକାରୀ ସଂପୃକ୍ତ ଅଛନ୍ତି । ନ୍ୟାସନାଲ କାଉନ୍ସିଲ ଅଫ୍‌ ଜଏଣ୍ଟ କନ୍ସଲଟେଟିଭ୍‌ ମଶିନାରା( ଜେସିଏମ୍‌) କେନ୍ଦ୍ର ସରକାରଙ୍କର ସଂସ୍ଥା ଅଟେ । ପ୍ରଥମେ ଏହି ବୈଠକ ମଇ ମାସରେ ହେବାର ଥିଲା , ହେଲେ ଦେଶରେ କରୋନାର ମାମଲା ବୃଦ୍ଧି କାରଣରୁ ଏହାକୁ ଏଡ଼େଇ ଦିଆଯାଇ ଥିଲା । କେନ୍ଦ୍ରୀୟ କର୍ମାଚାରୀଙ୍କର ଡିଏର ୩ଟି ଅନଷ୍ଟାଲମେଣ୍ଟ ପେଣ୍ଡିଂ ରହିଛି । କରୋନା ମହାମାରୀ କାରଣରୁ ସରକାର ଡିଏ ଫ୍ରିଜ୍‌ କରି ରଖିଛନ୍ତି । ଏହାସହ ପୂର୍ବତନ କର୍ମଚାରୀଙ୍କର ଡିଆର୍ର କିସ୍ତି ମଧ୍ୟ ପେମେଣ୍ଟ ହୋଇନାହିଁ । କର୍ମଚାରୀମାନେ ଓ ପେନସନଧାରୀଙ୍କର ୧ଜୀନୁୟାରୀ ୨୦୨୦, ୧ଜୁଲାଇ ୨୦୨୦ ଓ ୧ଜାନୁୟାରୀ ୨୦୨୧ର ଡିଏ ପେଣ୍ଡିଂ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ