ଏସ୍‌ସିବି କୋଭିଡ୍ ହସ୍ପିଟାଲରେ କରୋନା ରୋଗୀଙ୍‌ଙ୍କୁ ସୁନା ପିନ୍ଧିବା ମନା

କଟକ, (ଦୀପକ କୁମାର ବେଉରା): ଏସ୍‌ସିବି ମେଡିକାଲ ପରିସରରେ ସୁନା ଚୋରୀ ସାଙ୍ଗକୁ ବିଭିନ୍ନ ଠକମାନେ ମଧ୍ୟ ବୁଲୁଥିବା ଯୋଗୁଁ ଚୋରୀ ସମସ୍ୟା ଏଡାଇବାକୁ ଏସ୍‌ସିବି କର୍ତ୍ତୃପକ୍ଷ ନୂଆ ତରିକା ଅବଲମ୍ବନ କରିଛନ୍ତି । ଏସ୍‌ସିବି କୋଭିଡ୍‌ ହସ୍ପିଟାଲକୁ ଯେଉଁ ସଂକ୍ରମିତ ଭର୍ତ୍ତି ହେବେ ସେହି ସମୟରେ ସେ ପିନ୍ଧିଥିବା ସୁନା ଅଳଙ୍କା‌ର ସବୁ ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରିବେ। ସୁନା ତାଙ୍କ ସଂପର୍କୀୟ ନେବା ପରେ କାଗଜରେ ସୁନା ଗ୍ରହଣ ଓ ତାଙ୍କ ରୋଗୀ କୌଣସି ସୁନା ପିନ୍ଧି ନଥିବା ନେଇ ଦସ୍ତଖତ ମଧ୍ୟ ଦେବେ। ସୁନା ଚୋରି ରୋକିବାକୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏଭଳି ବ୍ୟବସ୍ଥା କରାଯାଇଛି। ବାରମ୍ବାର ସୁନା ଅଳଙ୍କାର, ଦାମୀ ମୋବାଇଲ ଚୋରି ହେଉଥିବା ନେଇ ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୋବାଇଲ କିନ୍ତୁ ୱାର୍ଡକୁ ରୋଗୀ ନେଇ ପାରିବେ। କାରଣ ମୋବାଇଲ ଏବେ ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇଥିବା ବେଳେ ସୁସ୍ଥ ହେଉଥିବା ରୋଗୀ ମୋବାଇଲ ଦେଖି ତାର ମନକୁ ହାଲୁକା କରିପାରିବ ଓ ତାଙ୍କ ପରିଜନଙ୍କ ସହିତ କଥାବାର୍ତ୍ତା ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ