ଭବାନୀପାଟଣା ସହରରୁ ଡ୍ରଗସ ଜବତ ଘଟଣା : ୭ ଅଭିଯୁକ୍ତ ଗିରଫ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ରୁ ଡ୍ରଗସ ଜବତ ଘଟଣା । ମୋଟ ୭ ଅଭିଯୁକ୍ତ ଗିରଫ । ସମ୍ବଲପୁର ଲମ୍ବିଛି ନିଶା କାରବାର ଚେର । ଜିଲ୍ଲା ର ଯୁବ ଗୋଷ୍ଠୀ କୁ ଟାର୍ଗେଟ କରିଛନ୍ତି ଡ୍ରଗସ ମାଫିଆ । ଜିଲ୍ଲାବ୍ୟାପୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଭି.ଓ-୧-ଭବାନୀପାଟଣା ସଦର ପୋଲିସ ବିଶ୍ୱସ୍ତ ସୁତ୍ର ରୁ ଖବର ପାଇ ପାଷ୍ଟିକୁଡି ନିକଟ ରୁ କାର କୁ ଜବତ କରିଥିଲା । କାର ରୁ ମୋଟ ୩୮.୭୨ ଗ୍ରାମ ନିଶା ଦ୍ରବ୍ୟ ଯାହାକୁ ବ୍ରାଉନ ସୁଗର କିମ୍ବା ହିରୋଇନ ବୋଲି ଲ୍ୟାବ କୁ ଯାଚଂ ପାଇଁ ପଠାଯାଇଛି । ପୋଲିସ ର ପ୍ରାଥମିକ ତଦନ୍ତ ରୁ ସମ୍ବଲପୁର ରୁ ଏହି ନିଶା ଦ୍ରବ୍ୟ ଯୋଗାଣ ହେଉଥିଲା ଏବଂ ଏହାକୁ ଭବାନୀପାଟଣାର ଯୁବ ଗୋଷ୍ଟି ମଧ୍ୟରେ ଏଜେନଟ ମାଧ୍ୟମ ରେ ବନଟନ କରାଯାଉଥିଲା । ବିଶେଷ କରି ନିଶା ସେବନ କରୁଥିବା ଯୁବକ ଏହାକୁ କ୍ରୟ କରୁଥିଲେ । ଯାହାର ସଂପୃକ୍ତି ଅଭିଯୋଗ ରେ ମୋଟ ୦୭ ଜଣଙ୍କୁ ପୋଲିସ ଗିରଫ କରିଛି । ବର୍ତମାନ ବି ତଦନ୍ତ ଜାରୀ ରହିଛି । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବେବେକ ଏମ ଏହାକୁ କ୍ରୟ କରୁଥିବା ନିଶାଖୋର କୁ ବି ତଦନ୍ତ ପରିସରଭୁକ୍ତ କରିବା କୁ ସୁଚନା ଦେଇ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ସୁଚନା ଦେଇଛନ୍ତି । ଭବାନୀପାଟଣା ସହରରୁ ପୋଲିସ ର ବ୍ରାଉନ ସୁଗର କାରବାର ଖୁଲାସା ପରେ ଏହାକୁ ବିଭିନ୍ନ ମହଲ ରୁ ଚିନ୍ତା ପ୍ରକଟ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସମାଜ ର ପ୍ରତ୍ୟେକ ବର୍ଗ ନିଶା ରୁ ଯୁବଗୋଷ୍ଠୀ ବଚାଂଇବା କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ମାମଲା ରେ ୦୭ ଜଣ ଗିରଫ ହୋଇଥିବା ବେଳେ ଆହୁରୀ ଅନେକ ଗିରଫ ର ଆଶଙ୍କା ରହିଛି । ତେବେ ବ୍ରାଉନ ସୁଗର କିମ୍ବା ହିରୋଇନ ଯୋଗାଇବା କିଙ୍କପିନ ପାଖକୁ ପହଂଚିବାକୁ ପୋଲିସ ଆହୁରୀ ତନାଘନା ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ