ପଦ୍ମ ଧରିଲେ କଂଗ୍ରେସ ନେତା ଯତୀନ ପ୍ରସାଦ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ପଦ୍ମ ଧରିଲେ ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯତୀନ ପ୍ରସାଦ । ‘ବିଜେପି’ରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ତାଙ୍କ ସହ ସାକ୍ଷାତ୍ କରିଥିଲେ। ପୂର୍ବରୁ ‘ବିଜେପି’ ସାସଂଦ ତଥା ମୁଖପାତ୍ର ଅନୀଲ ବଲୁନୀ ଟୁଇଟ କରିଥିଲେ ଯେ ଆଜି ଦିବା ୧ଟା ବେଳେ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଦଳରେ ଯୋଗ ଦେବେ। ଅମିତ ଶାହଙ୍କୁ ଭେଟିବା ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍‌ଙ୍କୁ ଭେଟି ସାରିଥିବା କଥା ମଧ୍ୟ ରିପୋର୍ଟ ହୋଇଥିଲା। ରାହୁଳ ଗାନ୍ଧୀଙ୍କର ପୂର୍ବତନ ନିବିଡ଼ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତବର୍ଷ ‘ବିଜେପି’ରେ ଯୋଗ ଦେବା ପରେ ୪୭ ବର୍ଷିୟ ଯତୀନ ପ୍ରସାଦ ହେଉଛନ୍ତି କଂଗ୍ରେସ ଛାଡ଼ି ‘ବିଜେପି’ରେ ଯୋଗ ଦେଉଥିବା ଉଚ୍ଚମାନ୍ୟତାପ୍ରାପ୍ତ ଦ୍ବିତୀୟ ନେତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ