ମୁମ୍ୱାଇରେ ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା: ୧୧ ମୃତ

ମୁମ୍ୱାଇ, (ୱାଇଏନ୍‌ଏସ୍‌): ମୁମ୍ୱାଇ। ବିଭିନ୍ନ ସ୍ଥାନରେ ଜଳ ଜମିଥିବା ବେଳେ ଏକ ଚାରି ମହଲା ଆବାସିକ କୋଠା ଭୁଶୁଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଆଉବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି କୋଠା ଭୁଶୁଡ଼ିବା ପରେ ପାଖରେ ଥିବା ଆଉ ଏକ କୋଠା ମଧ୍ୟ ଧସି ଯାଇଛି। ଏହି କୋଠାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଭୁଶୁଡ଼ି ପଡ଼ିଥିବା କୋଠା ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟକୁ ଜାରି ରଖାଯାଇଛି। ଉଦ୍ଧାର ହୋଇଥିବା ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହିଳା ଓ ଶିଶୁଙ୍କ ସମେତ ମୋଟ୍ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଠା ତଳେ ଅନେକ ଲୋକ ଫସି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏକ ଟିମ୍ ନିୟୋଜିତ ଅଛି। ଅନ୍ୟପକ୍ଷରେ ମନ୍ତ୍ରୀ ଅସଲମ ଶେଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ