କଳିଙ୍ଗ ପରିବାର ସେବା ତରଫରୁ କିନ୍ନରଙ୍କୁ ସାବିତ୍ରୀ ଅମାବାସ୍ୟା ଯୋଗାଡ ସହ ପୂଜା ସାମଗ୍ରୀ ପ୍ରଦାନ

ଭଞ୍ଜନଗର, (ସନ୍ତୋଷ ଜେନା): ଭଞ୍ଜନଗର କଳିଙ୍ଗ ପରିବାର ସେବା ତରଫରୁ ଆଜି ଭଞ୍ଜନଗର କିନ୍ନର ମାନଙ୍କୁ ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ସେମାନଙ୍କୁ ଅମାବାସ୍ୟା ଯୋଗାଡ ସହ ପୂଜା ସାମଗ୍ରୀ ପ୍ରଦାନ କରାଗଲା । କରୋନା ଦ୍ୱତୀୟ ଲହରୀ ର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସରକାର କିନ୍ନର ମାନଙ୍କ ପାଇଁ କୌଣସି ସୁବିଧା କିମ୍ୱା ସହଯୋଗ କରିନାହାନ୍ତି. ଏହି ଘଡି ସନ୍ଧି ସମୟରେ କଳିଙ୍ଗ ସେବା ପରିବାର ତରଫରୁ ଗୋଟେ ଛୋଟିଆ ପ୍ରୟାସ, ଭଞ୍ଜନଗର କିନ୍ନର ମାନଙ୍କୁ ସାବିତ୍ରୀ ଅମାବାସ୍ୟା ଯୋଗାଡ ସହ ବସ୍ତ୍ର ଓ ପୂଜା ସାମଗ୍ରୀ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମଣ୍ଟୁ, ଲୋକା, ପିଣ୍ଟୁ, କିସାନ, ଜବାହାରଲାଲ, ରଂଜିତ, ସୌମ୍ୟ ଓ ପପୁ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ