ଭ୍ୟାକ୍ସିନ ସ୍ଲଟ ବୁକିଙ୍ଗକୁ ନେଇ ୟୁଥ୍ ଫର୍ ସେବା ପକ୍ଷରୁ ନିଆରା ପ୍ରୟାସ

ଚୌଦ୍ୱାର:(ଦୀପକ୍ କୁମାର ବେଉରା)କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା କୋୱିନ ୱେବ୍ ସାଇଡରେ କୋଭିଡ୍ ଭ୍ୟାକ୍ସିନ ସ୍ଲଟ ବୁକିଙ୍ଗକୁ ନେଇ ବିଭିନ୍ନ ବର୍ଗର ଲୋକ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି ।କାହାର ସ୍ମାର୍ଟ ଫୋନ ନଥିଲା ବେଳେ ତୋ କାହାର କିଛିଟା ତୃଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ସ୍ଲଟ ବୁକିଙ୍ଗ ହୋଇପାରୁନାହିଁ ।ତେଣୁ ଏହା ମଧ୍ୟରେ ଲୋକଙ୍କୁ ସ୍ଲଟ ବୁକିଙ୍ଗ କରିବାରେ ଆଗକୁ ଆଗେଇ ଆସିଛନ୍ତି ଚୌଦ୍ଵାର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଫର୍ ସେବା ।ଅନୁଷ୍ଠାନ ତରଫରୁ ଫେସବୁକ ପେଜ ରେ ଘୋଷଣା କରାଯାଇଛି ଯେ ଯେଉଁମାନେ ଭ୍ୟାକ୍ସିନ ସ୍ଲଟ୍ ବୁକିଙ୍ଗ କୁ ନେଇକି ଯାହା ବି ସମସ୍ୟାକୁ ସାମ୍ନା କରୁଛନ୍ତି ସେମାନେ ସିଧାସଳଖ ଆମ ସହ ଯୋଗାଯୋଗ କରିପାରିବେ ଏବଂ ସ୍ଲଟ ବୁକିଙ୍ଗ ପାଇଁ ନିଶ୍ଚିନ୍ତ ଭାବରେ ସାହାଯ୍ୟ ପାଇପାରିବେ ଅନୁଷ୍ଠାନର ଏକ ମାତ୍ର ଲକ୍ଷ୍ୟ ଲୋକ ମାନଙ୍କୁ ଭ୍ୟାକ୍ସିନ ନେବାରେ ସାହାଯ୍ୟ କରିବା ସହ କରୋନା ମହାମାରୀ ସହ ଲଢି ସମସ୍ତଙ୍କୁ ରକ୍ଷା କରିବାରେ। ତେଣୁ ଯୋଉ ମାନେ ଯୋଗାଯୋଗ କରିବାକୁ ଚାହୁଁଛନ୍ତି 9438519663 ନମ୍ୱରରେ ଯୋଗାଯୋଗ କରିପାରିବେ ବୋଲି ଘୋଷଣା କରାଯାଇଛି। ଅନୁଷ୍ଠାନ ର ଏହି ଭଳି ମହାନ କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ବେଶ୍ ସାଧୁବାଦ୍ ଜଣେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ