ରାଜ୍ୟରେ ଆଜି ୫,୨୩୫ କରୋନା ଆକ୍ରାନ୍ତ, ୪୩ ମୃତ

ଭୁବନେଶ୍ୱର, ( ୱାଇଏନ୍‌ଏସ୍‌): ଲକଡାଉନର ପ୍ରଭାବ ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରିମିତଙ୍କ ସଂଖ୍ୟା । ଏ ଆଜି ପୁଣି ୫୨୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୯୫୭ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୭୨ ହଜାର ୯୭୨ ରହିଥିବା ବେଳେ ୬୬ ହଜାର ୨୨୬ ଜଣ ଚିକିତ୍ସିତ ହେଉଛନ୍ତି ।ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ୨୭୭, ବାଲେଶ୍ୱରରୁ ୩୨୦, ବରଗଡରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗୀରରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୫୫୭, ଦେବଗଡରୁ ୧୪, ଢେଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଜଗତ୍‌ସିଂହପୁରରୁ ୧୪୮, ଜାଜପୁରରୁ ୨୯୪, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡାରୁ ୨୩୭, କେନ୍ଦୁଝରରୁ ୧୧୫, ଖୋର୍ଦ୍ଧାରୁ ୭୨୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂଭରଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡରୁ ୧୩୨, ନୂଆପଡାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୋନପୁରରୁ ୩୪, ସୁନ୍ଦରଗଡରୁ ୨୫୧ ଏବଂ ଷ୍ଟେଟ ପୁଲ୍‌ରୁ ୧୨୪ ଚହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟରେ ଆଉ ୪୩ କରୋନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼ ଓ କଟକରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା,କେନ୍ଦ୍ରାପଡ଼ା, ରାୟଗଡ଼ା ଓ ପୁରୀରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୪୮, ବାଲେଶ୍ୱରରେ ୧୧୩, ବରଗଡ଼ରେ ୬୭, ବୌଦ୍ଧରେ ୬୮, କଟକରେ ୨୦୧, ଢେଙ୍କାନାଳରେ ୪୬, ଗଞ୍ଜାମରେ ୨୯୬, ଝାରସୁଗୁଡ଼ାରେ ୮୫, କଳାହାଣ୍ଡିରେ ୧୪୬, କନ୍ଧମାଳରେ ୪୪, କେନ୍ଦ୍ରାପଡ଼ାରେ ୫୯, ନୟାଗଡ଼ରେ ୫୫, ପୁରୀରେ ୧୬୭, ରାୟଗଡ଼ାରେ ୧୨୬, ସମ୍ବଲପୁରରେ ୯୮ ଓ ସୁନ୍ଦରଗଡ଼ରେ ୩୦୩କୁ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ