ଅଜଣା ଟ୍ରକ ଧକ୍କାରେ ନାବାଳକ ମୃତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରପୁର-ଟାଟାନଗର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଲୁହାପଥର ଗାଡିବାଲାଙ୍କର ମନମାନି ଯାହାଫଳରେ ଦୃତଗତି ଓ ଅମାନିଆ ଚାଳକଙ୍କ ଯୋଗୁଁ ସପ୍ତାହ ମଧ୍ୟରେ ଅଜିକୁ ଲଗାଇ ୩ଟି ନିରିହ ଯୁବକଙ୍କର ଜୀବନ ଗଲାଣି । ସୂଚନାଯୋଗ୍ୟ ଯେ ଆଜି ପବିତ୍ର ସାବିତ୍ରି ଅମାବାସ୍ୟା । ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ପଞ୍ଚାୟତର ତାମଳବନ୍ଧ ଗ୍ରାମର (ରାଇରଙ୍ଗପୁର ଠାରୁ ୫କିମି) ଗରିବ ଘର ସୁମନ୍ତ ଗିରିର ଏକମାତ୍ର ରୋଜଗାରିଆ ନାବାଳକ ପୁଅ ଓମ୍ ଶ୍ରୀ ଗିରି(୧୫) ଆଜି ସକାଳେ ଘରେ ଚାଷ କରିଥିବା ପରିବାକୁ ରାଇରଙ୍ଗପୁର ବଜାରରେ ବିକିବାକୁ ଯାଉଥିଲା । ବିକି ସାବିତ୍ରୀ ଅମାବାସ୍ୟା ପୂଜାର୍ଚନା ପାଇଁ ମା’ର ଶାଢୀ ,ଶଙ୍ଖା,ସିନ୍ଦୁର,ଫଳ,ମୂଳ କିଣି ଆଣିବ ବୋଲି ଘରେ କହି ଯାଇଥିଲା ।ଘରେ ମା’ ଟିକେ ଖୁସି ହୋଇଥିଲେ କହିଥିଲେ ଶିଘ୍ର ପଳାଇ ଆସିବୁ । ହେଲେ ମା’ବାପର ଏକମାତ୍ର ଶ୍ରବଣ କୁମାର ପୁଅ ଓମ୍ ସାକେଲରେ ପରିବାକୁ ନେଇ ବିକିବାକୁ ଯାଉଥିବାବେଳେ ରାଇରଙ୍ଗପୁର- ଟାଟା ଜାତୀୟ ରାଜପଥ୨୨୦ ନମ୍ବର ପୁରୁଣାପାଣି ପଞ୍ଚାୟତ ସମ୍ମୁଖରେ ଏକ ଅଜଣା ଟ୍ରକ ଧକ୍କା ଦେଇ ଦୃତଗତିରେ ଖସି ପଳାଇଥିବାବେଳେ ଘଟଣାସ୍ଥଳରେ ପିଲାଟିର ମୃତ୍ଯୁ ହୋଇ ଯାଇଥିଲା ।ଏହାକୁ ନେଇ ଶତାଧିକ ଲୋକ ରାସ୍ତା ଜାମ କରିଛନ୍ତି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ଚାପା ଉତ୍ତେଜନା ଲାଗି ରହିଛି ।ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଘଟଣାସ୍ଥଳରେ ପହଞ୍ଚି କୋହଭରା କଣ୍ଠରେ କହିଥିଲେ ଯେ ମୁଁ ବିଧାୟକ ହେଲାପରେ ବିଧାନସଭାରେ ବାରମ୍ବାର ରାଇରଙ୍ଗପୁରରେ ବାଇପାଶ୍ ନିର୍ମାଣ ଦାବି କଲେ ମଧ୍ୟ ସରକାର ଶୁଣୁ ନାହାନ୍ତି ବୋଲି କହିବା ସହ ଟ୍ରକକୁ ଜବତ କରିବା ସହ ମୃତକ ପରିବାରକୁ କ୍ଷତିପୂରଣ ଦେବା ସହ ପୋଲିସ ପ୍ରଶାସନ ତରଫରୁ ଲୁହାପଥର ଓ ଭାରିଯାନ ବେଗ ଉପରୃ ଅଙ୍କୁଶ ଲଗାଇବା ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ରାଇରଙ୍ଗପୁର ଏସଡିପିଓ ,ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ,ବହଳଦା ଥାନାଧିକାରୀ ଯୋଗେନ୍ଦ୍ର ମଲ୍ଲିକ,ରାଇରଙ୍ଗପୁର ସବ୍ ଇନ୍ସପେକ୍ଟର ସନାତନ ଯେନା,ସବ୍ ଇନ୍ସପେକ୍ଟର ସନ୍ତୋଷ ଖେସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ।ପରେ ଉପଖଣ୍ଡ ପ୍ରଶାସନ ତରଫରୁ ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକ ଯୋଗ ରଂଜନ ନାୟକ ପହଞ୍ଚି ମୃତକଙ୍କ ପିତା ସୁମନ୍ତ ଗିରିଙ୍କୁ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ, ରାଇରଙ୍ଗପୁର ଫିଧାୟକ ନବ ଚରଣ ମାଝୀ, ବିଜେପି ସଂପାଦକ ନବିନ ରାମ,ବିଜୁ ଗୋପାଲ ଗୋପ,ଏବଂ ଗ୍ରାମବାସୀଙ୍କ ସମ୍ମୁଖରେ ୫୦,୦୦୦ ଟଙ୍କା ପ୍ରଦାନ କରିବାସହ ତଦନ୍ତ କରାଯାଇ ଆବଶ୍ଯକୀୟ ପଦକ୍ଷେପ ନିଆ ଯିବା କହିବା ପରେ ୧୨.୩୦ଟାରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ ।ମୃତକର ଶବ ଵ୍ଯବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପୋଲିସ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ