ପୂର୍ବତନ ସରପଞ୍ଚ ତଥା ବରିଷ୍ଠ କଂଗ୍ରେସ୍ ନେତା ସୁକାନ୍ତ ମହାପାତ୍ରଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ ): କରୋନାର ଦ୍ୱିତୀୟ ଲହରୀ ପ୍ରାଣଘାତୀ ସାଜିଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ର ବହୁ ରାଜନେତା ଏହାର ଶିକାର ହେବା ଯୋଗୁଁ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି I କିଛି ଦିନ ତଳେ ଏକା ଦିନରେ ବ୍ଳକ୍ ର ଉଢୁରା ସରପଞ୍ଚ ଏବଂ ଜି.ନୂଆଁଗାଆଁର ପୂର୍ବତନ ସରପଞ୍ଚ କରୋନାରେ ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଜଣେ ବରିଷ୍ଠ ରାଜନେତା କରୋନାରେ ଆଖି ବୁଜିଛନ୍ତି I ସୂଚନା ପ୍ରକାରେ ବରିଷ୍ଠ କଂଗ୍ରେସ ନେତା ତଥା ବେଲଗୁଣ୍ଠା ବ୍ଲକ୍ ବଙ୍କା ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ପୂର୍ବତନ ଜୋନ୍ ସଭାପତି ଓ ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ସୁକାନ୍ତ ମହାପାତ୍ର (60) ଗତ ମାସରେ କରୋନା ସଂକ୍ରମିତ ହୋଇ ମଇ 25 ତାରିଖରେ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ I କିନ୍ତୁ ଡ଼ାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ସେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନପାଇଁ ଆଖି ବୁଜିଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ସୁକାନ୍ତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ