ସାବିତ୍ରୀ ବ୍ରତ ପାଇ ଦୋକାନ ଖୋଲି ବେପାର କରୁଥିଲେ , ଫାଇନ ସହ ଦୋକାନ ସିଲ୍

ଭବାନିପାଟଣା , (ରଜନୀକାନ୍ତ ମିଶ୍ର): କୋଭିଡ ଗାଇଡଲାଇନ ଉଲଂଘନ କରିବାରୁ ଭବାନିପାଟଣା ମାଣିକେଶ୍ବରୀ ମନ୍ଦିର ନିକଟ ପୁଜା କ୍ଲଥ ଷ୍ଟୋର କୁ ସିଲ କଲା ପ୍ରଶାସନ,5000 ଟଙ୍କା ଫାଇନ ସହ ଦୋକାନ ସିଲ , ସାବିତ୍ରୀ ବ୍ରତ ଥିବାରୁ ପଛ ପଟୁ ଦୋକାନ ଖୋଲି ଗ୍ରାହକଙ୍କୁ ସାମଗ୍ରୀ ଦେଉଥିଲେ । କରୋନା ସଙ୍କ୍ରମଣ ରୋକିବାକୁ ସରକାର 17 ତାରିଖ ପର୍ଯ୍ୟନ୍ତ ଲକଡାଉନ କୁ ବୃଦ୍ଧି କରିଥିବା ବେଳେ ଲୋକଙ୍କୁ ଘରେ ରହିବା ପାଇଁ ପ୍ରଶାସନ ନିବେଦନ କରିବା ସହ ଅତି ଜରୁରୀକାଳୀନ ଦୋକାନ କୁ ଖୋଲା ରଖିବା ପାଇଁ କୁହାଯାଇଛି । ହେଲେ ଭବାନିପାଟଣା ସହରରେ ଅନେକ ଦୋକାନ କରୋନା ଗାଇଡଲାଇନ ଉଲଂଘନ କରି ଦୋକାନ ଖୋଲୁଛନ୍ତି । ସାବିତ୍ରୀ ବ୍ରତ ପାଇଁ ଆଜି ସକାଳୁ ସକାଳୁ ଭବାନିପାଟଣା ମାଣିକେଶ୍ବରୀ ମନ୍ଦିର ନିକଟ ରେ ଥିବା ପୁଜା କ୍ଲଥ ଷ୍ଟୋର ଖୋଲି ପଛ ପଟ ଗେଟ ରୁ ଲୋକଙ୍କୁ ସାମଗ୍ରୀ ଦେଇଥିଲା ଯାହା ପ୍ରଶାସନ ଖବର ପାଇ ପହଞ୍ଚିବା ପରେ ଦୋକାନ ଭିତରେ ସାମାଜିକ ଦୁରତ୍ବ ଭୁଲି ଓ କରୋନା ଗାଇଡଲାଇନ ଉଲଂଘନ ଅଭିଯୋଗ ରେ 5000 ଟଙ୍କା ଫାଇନ ସହ ଦୋକାନ କୁ ସିଲ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ