ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭଉଣୀ ମୃତ, ଭାଇ ଓ ଭାଣିଜୀ ଗୁରୁତର

ରାଇରଙ୍ଗପୁର ( ଅକ୍ଷୟ ବିଶ୍ୱାଳ) ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟେ ମୂଲ୍ୟବାନ ଜୀବନ,ଦୁଇ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ତେବେ ଏକ କାର ଦୁର୍ଘଟଣାରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉ ଥିବା ଭାଇର ଅବସ୍ଥା ଗୁରୁତର ରହିଛି। ଗୁରୁତର ଥିବା ଏହି ଦୁଇଜଣକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ ଭଦ୍ରକ ସଦରରୁ ଏକ ମାରୁତି ଓଲଟ ନମ୍ବର OD ୧୧ C ୯୦୪୧ ଯୋଗେ ଦୁଷ୍ମନ୍ତ ମାହାଲା(୩୫) ନାମକ ଜଣେ ଯୁବକ ନିଜ ଭଉଣୀ ସୌମ୍ୟ ରଞ୍ଜିତା ମାହଲା (୩୦)ଓ ଭାଣିଜୀ ମୁକ୍ତା,ବୟସ-(୫) ଙ୍କୁ ନେଇ କରଞ୍ଜିଆ ବଣସାହିକୁ କାର ଯୋଗେ ଯାଉଥିବା ସମୟରେ ସୁନାରିପୋଷି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଗାଡି ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକମାନେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭଉଣୀ ସୋମ୍ୟ ରଞ୍ଜିତା ମାହାଲା ଙ୍କ ମୃତ୍ୟୁ ଘଟିଥିବାନେଇ ଡାକ୍ତର ଘୋଷଣା କରିଥିଲେ।ଦୁର୍ଘଟଣାରେ ଗୁରୁତର ଥିବା ଦୁଷ୍ମନ୍ତ ଓ ଭାଣିଜୀ ମୁକ୍ତା ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବାର ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ