କନ୍ଧମାଳ କଳା ବିକାଶ କେନ୍ଦ୍ରର ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  ବିଶ୍ଵ ମହାମାରୀ କରୋନାର କରାଳ ଛାୟାରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ  ଦେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି l  ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର l ମୁଁହରେ ରଙ୍ଗ ମାରି ମନୋରଞ୍ଜନ ର ଖୋରାକ ଯୋଗାଇବା ସହିତ ସମାଜକୁ ଦିଗ ଦର୍ଶନ ଓ ସଚେତନତା ର ବାର୍ତ୍ତା ପ୍ରେରଣ କରୁଥିବା କଳାକାର ଙ୍କ ଘରେ ଚୁଲି ଜଳୁନି l ସ୍ୱାଭିମାନ କଳାକାର କଳା ପରିବେଷଣ ଓ ସାଧନା ବ୍ୟତୀତ ଅନ୍ୟ ପନ୍ଥା ନାହିଁ l ଏହି ପରିପ୍ରେକ୍ଷୀରେ କନ୍ଧମାଳ କଳାବିକାଶ କେନ୍ଦ୍ର କଳାକାର ଙ୍କ ସୁଖ ଦୁଃଖ ରେ ସହାୟକ ହେବାପାଇଁ ଆଗକୁ ଆସିଛି l ଏ ନେଇ ଶୁକ୍ରବାର ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ସହଭାଗିତା କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ଆୟୋଜିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ସମ୍ମାନିତ ଅତିଥି ଭାବେ ତହସିଲଦାର ଶଶାଙ୍କ ଶେଖର ପାତ୍ର ଓ ବରିଷ୍ଠ ମଞ୍ଚ କଳାକାର ଡକ୍ଟର ବିଚିତ୍ରl ନନ୍ଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ କରୋନା  ସଚେତନତା  ଓ କଳାକାର ସ୍ବାବଲମ୍ବୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l  ଶହେରୁ ଉର୍ଦ୍ଧ୍ବ ପାରମ୍ପରିକ ଓ ମଞ୍ଚ କଳାକାର ଙ୍କ ପରିବାରକୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇ ଥିଲା l ଜିଲ୍ଲା ରେ ପ୍ରଥମ ଥର ପାଇଁ କନ୍ଧମାଳ କଳାବିକାଶ କେନ୍ଦ୍ର ର ଅଭିନବ ପ୍ରୟାସ କୁ ବାଲିଗୁଡ଼ା ବିଧାୟକ ଓ ତହସିଲଦାର ଉଚ୍ଚ ପ୍ରଶଂସା କରିଥିଲେ l  ଆଗାମୀ ଦିନରେ ବାଲିଗୁଡ଼ା ସହର ସମେତ କ.ନୂଆଗାଁ, ତୁମୁଡ଼ିବନ୍ଧ,  କୋଟଗଡ଼ ଓ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହି ଭଳି କଳାକାର ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ  ଦଣ୍ଡସେନା ପ୍ରକାଶ କରିଛନ୍ତି l ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତିଙ୍କୁ କନ୍ଧମାଳ କଳାବିକାଶ କେନ୍ଦ୍ର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ