ଦେଶ ହରାଇଲାଣି ୭୧୯ ଡାକ୍ତର , ଓଡ଼ିଶାରୁ ୨୮

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): କରୋନାର ସେକେଣ୍ଡ ଓ୍ୱେଭ୍ ଦେଶରେ ୨ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ସଂକ୍ରମିତ ହୋଇଛନ୍ତି । ବାଦ ପଡ଼ି ନାହାନ୍ତି ଡାକ୍ତର । ଦ୍ୱିତୀୟ ଲହରରେ କେବଳ ଦେଶରୁ ୭୧୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଓଡ଼ିଶାରୁ ୨୮ ଜଣ ଡାକ୍ତର । ରୋଗୀ ସେବା କରିବା ବେଳେ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦ୍ୱିତୀୟ ଲହରରେ ବିହାରରୁ ସର୍ବାଧିକ ୧୧୧ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ସେହିପରି ଦିଲ୍ଲୀରେ ଏହି ସଂଖ୍ୟା ୧୦୯ । ଉତ୍ତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୩, ରାଜସ୍ଥାନରେ ୪୩, ଝାଡ଼ଖଣ୍ଡରେ ୩୯ ଓ ଗୁଜରାଟରେ ୩୭ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରୁ କରୋନା ନେଲାଣି ୧୪ଶହ ୬୬ ଡାକ୍ତରଙ୍କ ଜୀବନ । ପ୍ରଥମ ଲହରରେ ୭୪୭ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ତାମିଲନାଡୁରେ ସର୍ବାଧିକ ୯୧, ମହାରାଷ୍ଟ୍ରରେ ୮୧, ପଶ୍ଚିମବଙ୍ଗରେ ୭୧, ଆନ୍ଧ୍ରପ୍ରଦେଶରୁ ୭୦, କର୍ଣ୍ଣାଟକରେ ୬୮, ଉତ୍ତରପ୍ରଦେଶରେ ୬୫, ଗୁଜରାଟରେ ୬୨ ଜଣ ଡାକ୍ତର ପ୍ରାଣ ହରାଇଥିଲେ । ପ୍ରଥମ ଲହରରେ ଓଡ଼ିଶାରୁ କରୋନା ନେଇଥିଲା ୧୪ ଡାକ୍ତରଙ୍କ ଜୀବନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ