ନିମ୍ବ ଗଛରୁ କ୍ଷୀର ଝରୁଛି ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଲାଇନପଡ଼ା ପଞ୍ଚାୟତ ଲଙ୍କୁଣୀବାଡ଼ି ସାହିରେ ଏକ ନିମ୍ବ ଗଛରୁ କ୍ଷୀର ଝରୁଥିବା ଦେଖିବାକୁ ମଳିଛି l ଏହା ପ୍ରଚାର ପରେ ଗଛ ନିକଟକୁ ଶହ ଶହ ଭକ୍ତଙ୍କ ସମାଗମ ଛୁଟୁଛି l ଉକ୍ତ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l ଲୋକେ ପୂଜାପାଠ କରୁଥିବାର ଦେଖାଯାଉଛି l ଯେଉଁ ନିମ୍ବ ଗଛରୁ ଅନବରତ କ୍ଷୀର ଭଳି ତରଳ ପଦାର୍ଥ ଝୁରୁଛି ତାହା ପ୍ରାୟ ୩୦ ଫୁଟ ଉଚ୍ଚତାରୁ ପଡୁଛି l ଲୋକେ ତାହାକୁ ସଂଗ୍ରହ କରି ପ୍ରସାଦ ଭାବେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି l ଉକ୍ତ ଗଛ ମୂଳେ ଏକ ଗାତ ରହିଥିବା ବେଳେ ସେଠାରେ ଏକ ସାପ ଥିବା ବିଷୟ ଲୋକେ କହୁଛନ୍ତି l ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଏହି ଘଟଣା ପ୍ରଚାରିତ ପରେ ଶହ ଶହ ଭକ୍ତ ଧୂପ ଓ ଦୀପ ଜଳାଇ ପୂଜାପାଠ କରିଛନ୍ତି l ଖବର ପ୍ରଚାର ପରେ ଲାଇନପଡ଼ା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଭିଡ଼ ନକରିବା ପାଇଁ ତାଗିଦ କରିଥିଲେ l ଏ ନେଇ ଅଞ୍ଚଳର ବହୁ ବୁଦ୍ଧିଜୀବି ବନ ବିଭାଗ ସହିତ ଯୋଗାଯୋଗ କରି ତୁରନ୍ତ ସତ୍ୟାସତ୍ୟା ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ