ଘଡଘଡାପଲ୍ଲୀ ଗ୍ରାମ ଠାରେ କରୋନା ସଚେତନତା ଶୋଭାଯାତ୍ରା

ଛତ୍ରପୁର (ଦେବଦତ୍ତ ମହାରଣା): କରୋନା ଦୂରେଇ ରହିବା ନିମନ୍ତେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ଘଡଘଡାପଲ୍ଲୀ ଗ୍ରାମରେ ମାସ୍କ ବଣ୍ଟନ ସହ କୋଭିଡ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କର୍ମୀ ଗାୟତ୍ରୀ ମହାନ୍ତିଙ୍କ ସଂଯୋଜନାରେ ଜନସାଧାରଣ କିପରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବା, ହାତକୁ ବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଟିକା ଗ୍ରହଣ କରିବା ଭଳି ବିଭିନ୍ନ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଯାଇଥିଲା । ଏହା ସହିତ ଲୋକଙ୍କୁ ମାସ୍କ ବଣ୍ଟନ ମଧ୍ୟ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଆଶା କର୍ମୀ ଦମୟନ୍ତି ସାହୁ , ୱାର୍ଡ ସଭ୍ୟ ଆର. କ୍ରିଷ୍ଣା, ପି. ସୁଶିଳା, ସ୍ୱେଚ୍ଛାସେବୀ ଏନ୍ ରାଜେନ୍ଦ୍ର ରେଡ୍ଡି, ଯୁବନେତା କେ. ଆନନ୍ଦ ରାଓ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟ ଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ