କେନ୍ଦ୍ରାପଡା ବିଡିଓଙ୍କ ପକ୍ଷରୁ ରେସୱା ସ୍ୱାଧାର ଗୃହ ଅନ୍ତେବାସୀଙ୍କୁ ଶାଢୀ ବଣ୍ଟନ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାରଦାସ ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହର ଅନ୍ତେବାସୀ ମହିଳାମାନଙ୍କୁ ରଜ ଉପଲକ୍ଷେ ନୂତନ ଶାଢୀ ବଣ୍ଟନ କରିଛନ୍ତି । ସ୍ୱାଧାର ଗୃହରେ ରହୁଥିବା ଅସହାୟା ତଥା ଦୁସ୍ଥ ମହିଳା ଅନ୍ତେବାସୀମାନେ କିଭଳି ରଜ ଅବସରରେ ନୂତନ ବସ୍ତ୍ର ପିନ୍ଧି ପାରିବେ ତାହାକୁ ଆଖି ଆଗରେ ରଖି ବିଡିଓ ଶ୍ରୀ ଦାସ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଶାଢୀ ବଣ୍ଟନ ସମୟରେ ବ୍ଲକର କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ରେସୱା ସ୍ୱାଧାର ଗୃହର ଅଧିକ୍ଷିକା ମିନତୀ ମହାରଣା, ରେନୁଜା ରାଉତରାୟ, ସେକ ଲିୟାକତ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ