ସୋନି ମ୍ୟୁଜିକ୍ ପକ୍ଷରୁ “ମେରି ପୁକାର ସୁନୋ” ରେ ମହାନ୍ ସଙ୍ଗୀତଜ୍ଞ ଏ.ଆର. ରହମାନ ଓ ଗୁଲଜାର ଏକାଠି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସୋନି ମ୍ୟୁଜିକ ଇଣ୍ଡିଆ ‘ମେରି ପୁକାର ସୁନୋ’ ନାମକ ଏକ ଆଶାର ସଙ୍ଗୀତ ପ୍ରସ୍ତୁତ କରିବା ପାଇଁ ଜାତୀୟ ପୁରସ୍କାର ବିଜେତା ଗୁଲଜାର ଓ ଗ୍ରାମି ଓ ଆକାଡେମି ପୁରସ୍କାର ବିଜେତା ମ୍ୟୁଜିସିଆନ୍ ଏ.ଆର ରେହମାନ୍‌କୁ ଏକାଠି କରିଛି । ସୋନି ମ୍ୟୁଜିକ୍ ଇଣ୍ଡିଆ ଦ୍ୱାରା ଉନ୍ମୋଚିତ ଏହି ଗୀତରେ ଏହି ପ୍ରସିଦ୍ଧ ସଙ୍ଗୀତଜ୍ଞ ଦୁଇଜଣ ଏକାଠି ହୋଇଛନ୍ତି ଯିଏକି ଦିଲ୍ ସେ, ଗୁରୁ, ସ୍ଲମଡଗ୍ ମିଲିଓନେର, ସାଥିୟା ଓ ଓକେ ଜାନୁ ପରି ଫିଲ୍ମରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି ।‘ମେରି ପୁକାର ସୁନୋ’ ରେ ଭାରତୀୟ ସଙ୍ଗୀତ ଉଦ୍ୟୋଗର କିଛି ପ୍ରସିଦ୍ଧ କଳାକାର ଓ ଲୋକପ୍ରିୟ ନୂତନ ଭୋକାଲିଷ୍ଟମାନଙ୍କୁ ଏକାଠି କରାଯାଉଛି ଯଥା ଅଲକା ୟାଗନିକ୍‌, ଶ୍ରେୟା ଗୋସାଲ୍‌, କେ ଏସ୍ ଚିଥ୍ରା, ସାଧନା ସରଗମ୍‌, ଶାସା ତିରୁପତି, ଅର୍ମାନ୍ ମଲ୍ଲିକ୍ ଓ ଆସିସ୍ କୌର । ସାତଟି ନୋଟ୍ ପରି ଏହି ସଙ୍ଗୀତଜ୍ଞଙ୍କ ସହଯୋଗରେ ପୀଢ଼ି ଓ ଅନେକ ସଂସ୍କୃତି ମଧ୍ୟରେ ଏକତାକୁ ସୁଦୃଢ଼ କରାଯାଇପାରିବ । ଏହି ସଙ୍ଗୀତ ହେଉଛି ମାଟି ମା (ମଦର ଆର୍ଥ) ର ସମ୍ବୋଧନ ଯେଉଁଥିରେ ସେ ତାର ସମସ୍ତ ପିଲାମାନଙ୍କୁ ଏକାଠି ରହିବାକୁ ଅନୁରୋଧ କରୁଛି । “ମେରି ପୁକାର ସୁନୋ” ଏକ୍ ଜାହାନ୍‌, ଏକ୍ ଉମିଦ୍‌, ଏକ ୱାଦା (ଗୋଟିଏ ବିଶ୍ୱ, ଗୋଟିଏ ଆଶା, ଗୋଟିଏ ପ୍ରତିଶ୍ରୁତି) ଉପରେ ଆଧାରିତ – ଏକାଠି ଆମେ ଜିତିପାରିବା । ଏହାର ସଙ୍ଗୀତ ନିର୍ଦ୍ଦେଶନା ଉପରେ ସୂଚନା ପ୍ରଦାନ କରି ଏ.ଆର. ରେହମାନ କହିଛନ୍ତି, “ବର୍ତମାନର ମହାମାରୀ ସମୟ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଜଟିଳ ସମୟ । ଆମେ ଅନିଶ୍ଚିତତା ଓ ସମସ୍ୟା ଦେଇ ଗତି କରୁଛୁ କିନ୍ତୁ ତଥାପି ଭବିଷ୍ୟତ ପାଇଁ ଆଶାର କିରଣ ରହିଛି । ଗୁଲଜାରଜି ଓ ମୁଁ ଏହି କ୍ରମରେ ଏକ ସଙ୍ଗୀତ ସୃଷ୍ଟି କରିବାକୁ ଚେଷ୍ଟା କରଛୁ ଯାହା ଲୋକମାନଙ୍କ ମନରେ ଆଶା ଉଜ୍ଜିବିତ କରିବା ସହିତ ସେମାନଙ୍କୁ ଆଶ୍ୱାସନା ଓ ଶାନ୍ତି ପ୍ରଦାନ କରିବ । “ମେରି ପୁକାର ସୁନୋ” ରେ ଭାରତ ମାତା ତାଙ୍କର ସନ୍ତାନମାନଙ୍କ ପାଇଁ ଗୀତ ଗାଉଛନ୍ତି । ଏହି ସଙ୍ଗୀତର ଜେନେସିସ୍ ସମ୍ପର୍କରେ ସୂଚନା ଦେଇ ଗୁଲ୍‌ଜାର ସାହେବ କହିଛନ୍ତି “ଏହା ହେଉଛି ମାଟି ମା’ଙ୍କର କାହାଣୀ ଯେପରି ସେ ତାଙ୍କୁ ଶୁଣିବା ପାଇଁ ଅନୁରୋଧ କରୁଛନ୍ତି । ସେ ଆମକୁ ଆଶା ଓ ପ୍ରଚୁର ସମ୍ବଳ, ଥଣ୍ଡା ପବନ, ଝରଣା ଓ ଅସୀମିତ ସୂର୍ଯ୍ୟ କିରଣ ପ୍ରଦାନ କରିଛନ୍ତି । ଜୀବନର ଏହିସବୁ ଉପହାରକୁ ଯତ୍ନ ନେବା ପାଇଁ ସେ ଅନୁରୋଧ କରୁଛନ୍ତି । ରେହମାନ ସାହେବ ମୋର ଶବ୍ଦକୁ ସଙ୍ଗୀତର ଏକ ଅତୁଳନୀୟ ରୂପ ପ୍ରଦାନ କରିଚନ୍ତି । ରଜତ୍ କକର, ପରିଚାଳନା ନିର୍ଦ୍ଦେଶକ, ସୋନି ମ୍ୟୁଜିକ ଇଣ୍ଡିଆ, କହିଛନ୍ତି ଯେ “ସୋନି ମ୍ୟୁଜିକ୍ ଇଣ୍ଡିଆ ଏକ ଶାନ୍ତି ପ୍ରଦାୟକ ସଙ୍ଗୀତ ଓ ପ୍ରେରଣାଦାୟକ ଶବ୍ଦ ମାଧ୍ୟମରେ ବିଭିନ୍ନ ସଂସ୍କୃତି ଓ ବର୍ଗଙ୍କ ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିବାକୁ ଚେଷ୍ଟା କରୁଛି । ଏହାକୁ ପ୍ରଖ୍ୟାତ ସଙ୍ଗୀତଜ୍ଞ ଏ ଆର ରେହମାନ ଓ ଗୁଲଜାର ସାହେବଙ୍କ ଦ୍ୱାରା କମ୍ପୋଜ୍ କରାଯାଇଛି ଓ ଲେଖାଯାଇଛି । ମେରି ପୁକାର ସୁନୋ ହେଉଛି ଏକ ପ୍ରେରଣାଦାୟକ ସଙ୍ଗୀତ ଯାହା ସଭିଙ୍କୁ ଏକ ଉତମ ଭବିଷ୍ୟତ ପାଇଁ ଏକାଠି ଦୃଢ଼ ଭାବରେ ରହିବା ପାଇଁ ଅନୁରୋଧ କରୁଛି ।” ଏହି ସଙ୍ଗୀତକୁ ଅତ୍ୟନ୍ତ ସୁନ୍ଦର ସ୍ୱର ସହିତ ପ୍ରେରଣାମୂଳକ ଶବ୍ଦରେ ପ୍ରସ୍ତୁତ କରାଯାଇଛି ଯାହାକି ଲୋକମାନଙ୍କ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବା ସହିତ ଆଶାର କିରଣ ଜାଗ୍ରତ କରିବ । ଏହି ସଙ୍ଗୀତର ୫୦% ଆୟକୁ ସୋନି ମ୍ୟୁଜିକ୍ ଇଣ୍ଡିଆ ବିଭିନ୍ନ ଚାରିଟେବଲ୍ ଅନୁଷ୍ଠାନ ସହିତ ସାମିଲ୍ ହୋଇ କୋଭିଡ୍ ରିଲିଫକୁ ପ୍ରଦାନ କରିବାକୁ ସଙ୍କଳ୍ପ ନେଇଛି । ସମସ୍ତ ପ୍ରକାର ଷ୍ଟ୍ରିମିଂ ପ୍ଲାଟଫର୍ମରେ ଏହି ଗୀତ ଉପଲବ୍ଧ ଅଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ