ଗୁମ୍ମା ଆଦର୍ଶ ବିଦ୍ୟାଳୟରେ ପାରଳା ବିଧାୟକଙ୍କ ଦ୍ୱାରା ଚାରାରୋପଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ଆଦର୍ଶ ବିଦ୍ୟାଳୟ ପରିସରରେ ପାରଳା ବିଧାୟକଙ୍କ ଦ୍ୱାରା ଚାରାରୋପଣ କରାଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁମ୍ମା ଫରେଷ୍ଟର ଦିବାକର ଲେଙ୍କା, ସୁମିନା ଶବର, କୃଷ୍ଣଚନ୍ଦ୍ର ବିଶୋଇ, ନୃସିଂହ ଚରଣ ପଟ୍ଟନାୟକ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ କେଦାରନାଥ ଦାସଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ବିଦ୍ୟାଳୟ ଷ୍ଟାଫ ଉପସ୍ଥିତ ଥିଲେ । ଏହାପରେ ବିଧାୟକ ଭୁବନି ପଞ୍ଚାୟତର ତିଡାସିଂ ଗ୍ରାମରେ ମାସ୍କ ବଣ୍ଟନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଏବଂ କରୋନା ସଚେତନତା ଉପରେ ଲୋକଙ୍କୁ କହିଥିଲେ । କରୋନା ସମୟରେ ଲୋକଙ୍କୁ ଅମ୍ଳଜାନ ଅସୁବିଧା ହେଉଥିବାରୁ ବୃକ୍ଷ ରୋପଣ କରିଲେ ଆଗାମୀ ଦିନରେ ସବୁଜ ପରିବେଶ ହେବା ସହ ଅମ୍ଳଜାନର ଅଭାବ ହେବନାହିଁ ବୋଲି ବିଧାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ