ନିଲମ୍ବନ ପ୍ରତ୍ୟାହାର ନିମନ୍ତେ ମନ୍ମଥଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଭାରତୀୟ ଜନତା ପାର୍ଟିର ପୂର୍ବତନ ସହ ସଂଗଠନ ମନ୍ତ୍ରୀ ମନ୍ମଥ ମଲ୍ଲିକଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ବିନା କାରଣ ଦର୍ଶାଅ ନୋଟିସ୍ କିମ୍ବା କୌଣସି ମୌଖିକ କଥାବାର୍ତ୍ତା ନକରି କେବଳ ଗୋଟିଏ ଖବର କାଗଜରେ ନିଲମ୍ବନ କରାଯାଇଛି ବୋଲି ଖବର ପ୍ରକାଶିତ ହୋଇଥିଲା । ଏହାକୁ ନେଇ ମନ୍ମ୍‌ଥ ମଲ୍ଲିକ ବିଜେପିର ରାଜ୍ୟସଭାପତି ସମୀର ମହାନ୍ତିଙ୍କୁ ଏକ ପତ୍ର ଲେଖି ସ୍ପଷ୍ଟୀକରଣ ମାଗିଥିଲେ । କିନ୍ତୁ ଦୀର୍ଘଦିନ ହେବ ଏହାର ଉତ୍ତର ସଭାପତି ମହାନ୍ତି ରଖିନାହାଁନ୍ତି । ଭାରତୀୟ ଜନତା ପାର୍ଟିରେ ନୂଆ କରି ସଦସ୍ୟତା ଦିଆଯାଉଥିବା ବେଳେ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ହେବ ପାର୍ଟିରେ କାମ କରୁଥିବା ମନ୍ମଥ ମଲ୍ଲିକଙ୍କୁ କାହିଁକି ନିଲମ୍ବନ କରାଗଲା ତାହାର ଉତ୍ତର କେହି ଦେଉନାହାଁନ୍ତି । କିଛିଦିନ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ରାତି ଅଧିଆ ବଦଳି କରି ପୁଣି ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଥିଲା । ମନ୍ମଥ ମଲ୍ଲିକଙ୍କ କୌଣସି ଦଳ ବିରୋଧୀ କାର୍ଯ୍ୟ କରିଥିବାର ଅଭିଯୋଗ ବା ପ୍ରମାଣ ନାହିଁ, ତେବେ ତାଙ୍କୁ କାହିଁକି ଦଳରୁ ନିଲମ୍ବନ କରାଗଲା ବୋଲି ମଲ୍ଲିକ ପ୍ରଶ୍ନ କରିଛନ୍ତି । ଏଥିସହ ତୁରନ୍ତ ତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ