ନାବାଳିକା କୁ ପ୍ରେମ ଭିକ୍ଷା କରି ଯୁବକ ଜେଲ ଗଲେ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ଏକ ଗ୍ରାମରେ ଜଣେ ନାବାଳିକା ପ୍ରେମ ପ୍ରତ୍ୟାଖାନ କରିବାରୁ ଉଭୟ ପରିବାର ମଧ୍ୟରେ ମାରିପଟ୍ ହୋଇଥିଲା ଏନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଯୋଗ୍ୟ ଯେ ସୋମବାର ନାବାଳିକା ଜଣଙ୍କ ବିଦ୍ୟାଳୟ ରୁ ଡ୍ରେସ ନେଇ ଫେରିଥିବା ବେଳେ ଯୁବକ ଜଣକ ନାବାଳିକା ଙ୍କୁ ପ୍ରେମ ପାଇଁ ନିବେଦନ କରିଥିଲେ ଏନେଇ ନାବାଳିକା ଜଣଙ୍କ ପ୍ରେମ ପ୍ରତ୍ୟାଖାନ କରିବାରୁ ନାବାଳିକା ଙ୍କୁ ଆକ୍ରମଣ କରିଥିଲେ l ଏନେଇ ନାବାଳିକା ଜଣଙ୍କ ତାଙ୍କ ଘରେ ଜଣାଇଥିଲେ l ପରେ ନାବାଳିକା ଙ୍କ ମା ବାପା ବୁଧବାର ଯୁବକଙ୍କ ଘରକୁ ଯାଇ ପଚାରିବାରୁ ଯୁବକଙ୍କ ପାରିବାର ନାବାଳିକା ଙ୍କ ପାରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ଫଳରେ ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା l ଏନେଇ ନାବାଳିକା ଙ୍କ ମା ଓ ଯୁବକଙ୍କ ଭାଉଜ ପାଟପୁର ଥାନରେ ଅଭିଯୋଗ କରିବାରେ ପାଟପୁର ପୋଲିସ ଦୁଇଟି ମାମଲା ରୁଜୁ କରି ଯୁବକକୁ ଗିରଫ ସବ୍ୟ ସାଚି ମଲ୍ଲ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ