ବେତନଟୀ ମହାବିଦ୍ୟାଳୟର ୪୮ତମ ସ୍ଵନକ୍ଷେତ୍ର ଦିବସ ପାଳିତ

ବେତନଟୀ ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ମହାବିଦ୍ୟାଳୟ ପରିସରରେ ୪୮ତମ ସ୍ଵନକ୍ଷେତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ବେତନଟୀ ମହାବିଦ୍ୟାଳୟ ଅଧ୍ୟକ୍ଷ ମନରଞ୍ଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ତଥା ବାରିପଦା ଉପଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡା, ପ୍ରାକ୍ତନ ବେତନଟୀ ମହାବିଦ୍ୟାଳୟ ଅଧ୍ୟକ୍ଷା ସଂଯୁକ୍ତା ଜୀ, ମୁଖ୍ୟବକ୍ତା ଭାବେ  ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ପ୍ରମୋଦ କୁମାର ଶତପଥି ଯୋଗ ଦେଇ କାର୍ଯ୍ୟକ୍ରମ ବାବଦରେ ନିଜ ନିଜର ବକ୍ତବ୍ୟରେ ବେତନଟୀ ମହାବିଦ୍ୟାଳୟ ର ଗୌରବ ଓ ଇତିହାସ ଉପରେ ଆଲୋଚନା କରିଥିଲେ। ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ବାପା, ମା, ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ବର୍ଗତ ପ୍ରସନ୍ନ କୁମାର ଦାଶଙ୍କ ଦ୍ୱାରା ପ୍ରତିଷ୍ଠିତ କୃଷ୍ଣ ପ୍ରିୟା ଟ୍ରଷ୍ଟ ଏବଂ ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କର ସାନ୍ତା ଗୌରିଆଲ ଟ୍ରଷ୍ଟ ସର୍ବୋକୃଷ୍ଟ ନମ୍ବର ରଖିଥିବା ଛାତ୍ର ଛାତ୍ରୀମାନଙ୍କୁ ପ୍ରଦାନ କରା ଯାଇଥିଲା ସେହିପରି ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଡ଼ଃ ରମାକାନ୍ତ ମହାନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ସାବିତ୍ରୀ ଶିକ୍ଷାନ୍ୟାସର କୃତି ଛାତ୍ର ଛାତ୍ରୀମାନଙ୍କୁ ସ୍ମୃତି ସ୍ୱରୂପ ମାନପତ୍ର ପୁରସ୍କାର ଏବଂ ଅର୍ଥ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ହର ଘର ତ୍ରିରଙ୍ଗା ସମ୍ମାନ ଜାତୀୟ ସେବା ଯୋଜନା ଯୁବ ରେଡ଼କ୍ରସ ତଥା ରୋଭର ରେଞ୍ଜର ପିଲାମାନଙ୍କୁ ସାର୍ଟିଫିକେଟ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡିତଙ୍କୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପ୍ରାକ୍ତନ ପ୍ରାଧ୍ୟାପକ ଏବଂ ଅଧ୍ୟକ୍ଷ ଡ଼ଃ ଶ୍ୟାମ ସୁନ୍ଦର ଦାଶ, ଡ଼ଃ ପ୍ରକାଶ ଚନ୍ଦ୍ର ମହାପାତ୍ର, ଡ଼ଃ ଗଣେଶ୍ୱର ଭୋଇ, ଡ଼ଃ ଜୀବନ କୁମାର ପଣ୍ଡିତ, ସନ୍ତୋଷ କୁମାର ମହାପାତ୍ର, ଗୀତା ଶତପଥି, ଏବଂ କଳ୍ପନା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମନବିଜ୍ଞାନ ଅଧ୍ୟାପିକା କଳ୍ପଳତା ବେହେରା ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବେତନଟୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ