ଅଲିମ୍ପିକ କ୍ରୀଡା ଗ୍ରାମରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ

ଟୋକିଓ : ଜାପାନର ଟୋକିଓ ଠାରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସ୨୦୨୦ ଆୟୋଜନ କମିଟିର ମୁଖପାତ୍ର ମାସା ତାକାୟା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇକହିଛନ୍ତି ଯେ କ୍ରୀଡା ଗ୍ରାମରେ ଜଣଙ୍କ ଠାରେ କରୋନଂ ସଂକ୍ରମଣ ଚିହ୍ନଟ ହୋଇଛି । କ୍ରୀଡାବିତମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଏହା ଜଣାପଡିଥିଲା । ତାଙ୍କୁ ତତ୍କାଳ କ୍ରୀଡା ଗ୍ରାମରୁ ଅନ୍ୟତ୍ର ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କ୍ରୀଡାଗ୍ରାମରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାକ କ୍ରୀଡାବିତ ଓ କ୍ରୀଡା ଅଧିକାରୀମାନେ ଅବସ୍ଥାନ କରୁଛନ୍ତି । ଟୋକିଓ ୨୦୨୦ ଅଲିମ୍ପିକ୍ସର ମୁଖ୍ୟ ଆୟୋଜକ ଶିକୋ ହାଶିମୋତୋ ଅନେଇ କହିଛନ୍ତି ଯେ କ୍ରୀଡାସ୍ଥଳରେ ମହାମାରୀ ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ସେମାନେ ସମସ୍ତ ପ୍ରକାର ପଦକ୍ଷେପ ନେଇ ଛନ୍ତି । ଯଦି ବା ସଂକ୍ରମଣ ଅଧିକ ପରିଲକ୍ଷିତ ହୁଏ ତେବେ ଏହାର ମୁକାବିଲା କରିବାକୁ ଆମ ନିକଟରେ ବିକଳ୍ପ ଯୋଜନାମାନେ ଅଛନ୍ତି । ଆୟୋଜନ କରାଯାଇଥିବା ୨୦୨୦ ଅଲିମ୍ପକ୍ସ କ୍ରୀଡାର କ୍ରୀଡାବିତ ମାନେ ରହିବା ପାଇଁ ନିର୍ଦ୍ଧାରିତ କ୍ରୀଡା ଗ୍ରାମରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅଲିମ୍ପିକ୍ସ ଆୟୋଜନ କମିଟି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିଛନ୍ତି । ବିଶ୍ୱର ସର୍ବବୃହତ କ୍ରୀଡା ମହୋତ୍ସବ ନିମନ୍ତେ କୋଭିଡ ମହାମାରୀ ପାଇଁ ଚଳିତ ବର୍ଷ ବହୁ କଟକଣା ଲାଗୁ କରାଯାଇଛି । ଚଳିତ ଥର ବିନା ଦର୍ଶକରେ ଷ୍ଟାଡିୟମରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ବ୍ୟବସ୍ଥା ହୋଇଛି। ଏଥିସହିତ କ୍ରୀଡାସ୍ଥଳକୁ ଯେଭଳି କେହି ପହଞ୍ଚିପାରିବେ ନାହିଁ ସେଥିପାଇଁ ସରକାର ସମ୍ପୃକ୍ତ ଅଞ୍ଚଳକୁ କର୍ଫ୍ୟୁ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବାର ଛଅଦିନ ପୂର୍ବରୁ ଜଣଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଉଲେଖଯୋଗ୍ୟ ଯେ ମହାମାରୀ କାରଣରୁ ବିଶ୍ୱସ୍ତରର କ୍ରୀଡାକୁ ଗତବର୍ଷ ସ୍ଥଗିତ ରଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ