ନୀଳାଦ୍ରି ଦଶବର୍ଷାଣୀ ଗୁଣ୍ଡିଚା ମଣ୍ଡପଦିନେ…….

ବିପିନ୍ ବିହାରୀ ମହାନ୍ତି

ରଥଯାତ୍ରାକୁ ତିନିଭାଗରେ ବିଭକ୍ତ କରାଯାଇଛି । ଶ୍ରୀ ଗୁଣ୍ଡିଚା ଯାତ୍ରା, ଆଡପରେ ରହଣିକାଳ ଏବଂ ବାହୁଡ଼ାଯାତ୍ରା । ଶ୍ରୀ ଗୁଣ୍ଡିଚା ଯାତ୍ରା ଆଷାଢ଼ମାସ ଶୁକ୍ଳପକ୍ଷ ଦ୍ୱିତୀୟାଦିନ ଅନୁଷ୍ଠିତ ହୁଏ ଏବଂ ସେ ଦିନ ଜୀଉମାନେ ଶ୍ରୀ ଗୁଣ୍ଡିଚା ମନ୍ଦିର ସାମନା ପ୍ରାଙ୍ଗଣରେ ରାତ୍ରିଯାପନ କରନ୍ତି ଓ ସେଠାରେ ତାଙ୍କର ଯଥାବିଧି ସେବାକାର୍ଯ୍ୟ ଅନୁଷ୍ଠିତହୁଏ । ତା’ପର ଦିନ ଅର୍ଥାତ୍ ଆଷାଢ଼ମାସ ଶୁକ୍ଳପକ୍ଷ ତୃତୀୟା ଦିନ ଯଥାବିଧି ସେବାସମାପନ ପରେ ଜୀଉମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡି ଯୋଗେ ଯାତ୍ରାକରି ସିଂହାସନାରୁଢ଼ ହୁଅନ୍ତି । ତା’ ପୂର୍ବରୁ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ବିଜେକରାଇ ଯଥାକ୍ରମେ ମହାବେଦୀ ସିଂହାସନର ଅଗ୍ନିକୋଣରେ ଓ ଭଣ୍ଡାରଘର ସିଂହାସନରେ ଅବସ୍ଥାପିତ ହୋଇ ସାରିଥାନ୍ତି । ସେଠାରେ ଜୀଉମାନେ ସାତଦିନ ରହଣି କରି ପୁନଶ୍ଚ ଦଶମୀଦିନ ଶ୍ରୀମନ୍ଦିରକକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାକୁ ବାହୁଡ଼ା ଯାତ୍ରା କୁହନ୍ତି । ରଥଯାତ୍ରା ନ’ଦିନ । ସେଥିମ୍ମରେ ଯିବା ଆସିବାରେ ଯାଏ ଦୁଇଦିନ । ଶ୍ରୀଗୁଣ୍ଡିଚା ରହଣି ସାତଦିନ: ‘ଯାତାୟାତ ଦ୍ୱୟୋମ୍େମ ସପ୍ତାହେ ମଣ୍ଡପେ ସ୍ଥିତ ।
ଶ୍ରୀଗଣ୍ଡିଚା ମନ୍ଦିରର ଅନ୍ୟନାମ – ଆଡପ ମଣ୍ଡପ, ଠାକୁରମାନଙ୍କ ଜନ୍ମସ୍ଥାନବୋଲି ଜନ୍ମମହାବେଦୀ, ଅର୍ନ୍ତବେଦୀ, ଜନକପୁରୀ, ଯଜ୍ଞବେଦୀ, ନୃସିଂହ ପୀଠ ଏବଂ ଆହୁରି ଅନେକନାମ ଅଛି । ଏହି ନାମକୁ ଧରି ରଥଯାତ୍ରାର ନାମ ଶ୍ରୀ ଗୁଣ୍ଡିଚା ଯାତ୍ରା, ଆଡ଼ପ ଯାତ୍ରା ଇତ୍ୟାଦି ଇତ୍ୟାଦି ନାମେ ନାମିତ ହୋଇଅଛି । ତେବେ ରଥଯାତ୍ରା ଅବସରେ ଗୁଣ୍ଡିଚା ରହଣିକାଳ ଏବଂ ରଥାରଢ଼ ଜୀଉମାନଙ୍କ ଦର୍ଶନ ଶ୍ରୀମନ୍ଦିରର ଦର୍ଶନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ଆଷାଡ଼ ଶୁକ୍ଳ ତୃତୀୟାଦିନ ଶ୍ରୀ ଜୀଉମାନେ ଗୁଣ୍ଡିଚା ମନ୍ଦିରେ ସିଂହାସନାରୁଢ଼ ପରେ ସେମାନଙ୍କୁ ମହାସ୍ନାନ କରାଇ ସର୍ବାଙ୍ଗଲାଗି କରାଯାଏ । ଏହାପରେ ‘ସୁନାଗୋସାଇଁ ବା ଚନ୍ଦନ ଲାଗି’ କରାଯାଏ । ଏହି ଦିନ ଶ୍ରୀ ଜୀଉମାନଙ୍କୁ ଅନ୍ନଭୋଗ କରାଯାଏ ନାହିଁ । ଶୁକ୍ଳ ଚତୁର୍ଥି ଦିନ ଠାରୁ ଶୁକ୍ଳ ନବମୀ ଯାଏଁ ଏଠାରେ ଛଅ ଦିନ ଅନ୍ନ ପ୍ରସାଦ ପ୍ରସ୍ତୁତ କରାଯାଇ ଲାଗିହୁଏ । ଏ ପ୍ରସାଦ ଲାଗିହେବା ଏବଂ ପରିବେଷଣ ହେବା ପୂର୍ବରୁ ବିମଳାଙ୍କ ଉଦ୍ଦେଶ୍ୟରେ ଥାଳିଏ ଭୋଗ ଶ୍ରୀମନ୍ଦିରକୁ ପଠାଇଦିଆଯାଏ । ନୋହିଲେ ଏହା ମହାପ୍ରସାଦ ଯୋଗ୍ୟ ବା ଭୋଗ୍ୟ ନୁହେଁ ।
ଏହି ସମୟରେ ରଥଗୁଡିକର ଧ୍ୱଜା, ପାଶ୍ୱର୍ଦେବ-ଦେବୀ ଏବଂ ଭୂତ ପିଶାଚ ଇତ୍ୟାଦିଙ୍କୁ ପୂଜା ସହ ଭୋଗ ଅର୍ପଣ କରଯାଏ ଏବଂ ରଥକୁ ସୁରକ୍ଷା ଦେବା ନିମନ୍ତେ ଦିଗପାଳମାନଙ୍କୁ ସୁମିଷ୍ଠ କ୍ଷୀରୀ ଦିଆଯାଏ । ନୀଳାଦ୍ରି ମହୋଦୟ ଲେଖାନୁଯାୟୀ : ତତ୍ ସପ୍ତମଦିନମାରଭ୍ୟ ଧ୍ୟଜାପୂଜା ବିଦିୟତେ ।
ଋଥେଷୁ କୁଚ୍ଛିତା-ଜୀବା ନିର୍ବିଶେଷୁ ଯଥା ନୃପ । ।
ଆଡପରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ତିନିଦିନ ଧରି ସାଧାରଣ ନୀତି ଅବଲମ୍ବନ କରାଯାଏ । ଚତୁର୍ଥ ଦିନ ଅର୍ଥାତ ଶୁକ୍ଳ ଷଷ୍ଠୀଦିନ ହେରାପଞ୍ଚମୀ ପର୍ବ ଅନୁଷ୍ଠିତ ହୁଏ । ଏହା ଆଡପ ରହଣିକାଳର ଏକ ମୁଖ୍ୟ ପର୍ବ । ଏ ଦିନ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନପାଇଁ ଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରନ୍ତି । ମାତ୍ର ଦର୍ଶନ ନପାଇ ରାଗ ଓ ଅଭିମାନରେ ତାଙ୍କ ନନ୍ଦିଘୋଷ ରଥରୁ ଖଣ୍ଡେ କାଠଭାଙ୍ଗି ହେରା ଗୋହିରୀ ସାହିଦେଇ ଗୋପନରେ ମନ୍ଦିରକୁ େ‘ରିଯା’ଆନ୍ତି । ଶେଷ ତିନିଦିନ ଅର୍ଥାତ୍ ଯାତ୍ରାର ସପ୍ତମ, ଅଷ୍ଟମ ଓ ନବମ ଦିବସ ଗୁଡ଼ିକୁ ମହାରାତ୍ସୋବ ବା ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ ଭାବେ ବିଦିତ କରାଯାଇଛି । ଅଷ୍ଟମଦିନ ପ୍ରଭୁଙ୍କର ଆଜ୍ଞାମାଳ ଗଲାପରେ ତିନିରଥକୁ ଦକ୍ଷିଣ ମୋଡ଼କରାଯାଇ ନାକଚଣା ଦ୍ୱାର ନିକଟରେ ରଖାଯାଏ । ନବମଦିନ ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ରାମ ରୂପେ ବିଭୂଷିତ କରାଯାଏ । କଥିତ ଅଛି ଏହିଦିନ ରାମାନନ୍ଦ ଆଡ଼ପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ରାମରୂପେ ଦର୍ଶନ କରିଥିବାରୁ, ସେବେଠାରୁ ସନ୍ଧ୍ୟାକାଳୀନ ଏହି ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏହି ଦର୍ଶନରେ କେଉଁଠି ଅଶେଷ ପୁଣ୍ୟ‘ଳ ମିଳେ । ଶୁକ୍ଳ ଦଶମୀ ଦିନ ଜୀଉମାନେ ପୁନଶ୍ଚ ଧାଡ଼ି ପହଣ୍ଡିରେ ରଥାରୁଡ଼ ହୋଇ ଶ୍ରୀ ମନ୍ଦିର ଅଭିମୂଖେ ବାହୁଡ଼ା ଯାତ୍ରା ଆରମ୍ଭ କରନ୍ତି । ଏଥି ପୂର୍ବରୁ ଶ୍ରୀ ଗୁଣ୍ଡିଚା ଯାତ୍ରାପରି ଯଥାରୀତି ଛେରାପହଁରା ଓ ଅନ୍ୟାନ୍ୟ କାର୍ଯ୍ୟ ସାରି ଦିଆଯାଇଥାଏ । ଏଠାରେ ସୂଚାଇ ଦେବାକୁ ଚାହୁଁଯେ ଗୁଣ୍ଡିଚା ଯାତ୍ରା ବେଳେ କେବଳ ମଙ୍ଗଳା ରୋପଣ ହେଉଥିବା ବେଳେ, ବାହୁଡ଼ା ଯାତ୍ରାରେ ମଙ୍ଗଳା ରୋପଣ ସହ ରାଜନୀତି ବନ୍ଦାପନା ହୁଏ ବୋଲି ଏହି ଉତ୍ସବର ପ୍ରାଧାନ୍ୟ ଅଧିକ ।
ଋଥାରୁଡ଼ ଜୀଉମାନଙ୍କ ଦର୍ଶନ, ସେ ପଥ ହେଉ ବା ଶ୍ରୀ ମନ୍ଦର ଦ୍ୱାର ଦେଶ ହେଉ ଅଥବା ଶ୍ରୀ ଗୁଣ୍ଡିଚାମନ୍ଦିରର ପାଟଅଗଣା ସ୍ଥିତ ସ୍ତାନ ହେଉ, କଲେ ସମସ୍ତ ପାତକ ଲୋପ ପାଏ ଏବଂ ପୁର୍ନଜନ୍ମରୁ ମୁକ୍ତି ମିଳେ ବୋଲି ବିଶ୍ୱାସ୍ । ଶାସ୍ତ୍ର ମତେ:
ଦୋଳାରୁଢ଼ଂ ତୁ ଦୋଳଗୋବିନ୍ଦଂ ମଞ୍ଚସ୍ଥ ମଧୁସୁଧନମ୍ ।
ରଥସ୍ଥଂ ବାମନଂ ଦୃଷ୍ଟା ପୁର୍ନଜନ୍ମ ନ ବିଦ୍ୟତେ । ।
ଅର୍ଥାତ୍ ଦୋଳରେ ଗୋବିନ୍ଦରୂପେ, ଚାପରେ ମଧୁସୁଦନ ଏବଂ ରଥରେ ବାମନରୂପେ ଯିଏ ଶ୍ରୀ ଜୀଉମାନଙ୍କ ଦର୍ଶନ କରନ୍ତି, ତାଙ୍କର ପୁର୍ନଜନ୍ମ ନାହିଁ । ସବୁ ଦର୍ଶନଠାରୁ ରଥଉପରେ ବାମନ ରୂପେ ଦର୍ଶନ ହିଁ ଶ୍ରେଷ୍ଠ ଦର୍ଶନ ।
ଋଥସ୍ଥଂ ଚଜଗନ୍ନାଥଂ ପ୍ରୟାନ୍ତଂ ଗୁଣ୍ଡିଚା ଗୃହମ୍ ।
ଯେ ପଶ୍ୟନ୍ତି ନରଶ୍ରେଷ୍ଠାସ୍ତେ ଧନ୍ୟାଭୂବନତ୍ରୟେ:
: ନୀଳାଦ୍ରିମହୋଦୟେ । ।
ଦୋଳେନ ଦୋଳ ଗୋବିନ୍ଦଂ, ଚାପେଶ୍ଚ ମଧୁସୂଦନମ୍ ।
ରଥେତୁ ବାମନ ଦ୍ୱଷ୍ଟା ପୁର୍ନଜନ୍ମ ନ ବିଦ୍ୟତେ । ।
: କପଳ ସଂହିତା
ଏ ସମସ୍ତ ଶ୍ଳୋକମାନେ ସେହି ରଥାରୁଢ଼ ଜୀଉମାନଙ୍କ ଦର୍ଶନ ଉପରେ ଗୁରୁତ୍ୱ ପ୍ରଦାନ କରନ୍ତି ।
ସ୍କନ୍ଦପୁରାଣ ମତେ:
ନୀଳାଚଳ ସମାୟନଂ ରଥସ୍ଥ ଦକ୍ଷିଣାମୁଖମ୍
ଯେ ପଶ୍ୟନ୍ତି ହୃଷିକେଶଂ, ସୁଭଦ୍ରା, ଲଙ୍ଗଲାୟୂଧମ୍‌
କାଳ କଳ୍ପତରୁପୁଂସାଂ ଦର୍ଶନ ଦେବ ମୁକ୍ତିଦମ୍‌
ତେ ବ୍ରଜନ୍ତି ମହାମୁନୋ, ବୈକୁଣ୍ଠ ଭୂବନଂ ହରେ । ।
ଅଥାର୍ତ ଶ୍ରୀ ଗୁଣ୍ଡିଚା ପାଟଅଗଣାରେ ଦକ୍ଷିଣ ମୋଡ଼ରେ ରଥାରୁଡ ଜୀଉମାନଙ୍କୁ ଯିଏ ଦର୍ଶନ କରନ୍ତି, ତାଙ୍କର ବୈକୁଣ୍ଠବାସ ସୁନିଶ୍ଚିତ ।
ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣରେ ଉଲ୍ଲେଖ ଅଛିଯେ ଏହି ଦକ୍ଷିଣମୋଡ ଅବସ୍ଥାନରେ ବାହୁଡା ଯାତ୍ରାପରେ ରଥାରୁଢ଼ ଜୀଉମାନଙ୍କୁ ସୁନାବେଶରେ ଦର୍ଶନ କରିବାପାଇଁ ବିଭୀଷଣ ବି ଅପେକ୍ଷା କରିଥାନ୍ତି ।
“ହେମଶ୍ରୀ ପୟରେ ହେମ ଶ୍ରୀଭୂଜରେ ଶୋହେ ହେମ ଧନୁବାଣ ।
ଯେବର ଦକ୍ଷିଣମୂର୍ତ୍ତିଦର୍ଶନକୁ ଟାକିଥାନ୍ତି ବିଭୀଷଣ ।”
ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ସଂମ୍ପର୍କରେ ସ୍କନ୍ଦପୁରାଣରେ ଲେଖା ଅଛି:
ନୀଳାଦ୍ରି ଦଶବର୍ଷାଣୀ ଗୁଣ୍ଡିଚା ମଣ୍ଡପଦିନେ,
ତିବାତି ଦର୍ଶନଂ ପୂଣ୍ୟଂ ରାତୌ ଦଶଗୁଣ ଭବେତ୍ ।
ଅର୍ଥାତ୍ ଶ୍ରୀ ମନ୍ଦିରରେ ଦର୍ଶବର୍ଷ ଶ୍ରୀ ଜୀଉମାନଙ୍କୁ ଦର୍ଶନକଲେ, ଯେତିକି ‘ଳମିଳେ, ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଦିନ ଦର୍ଶନରେ ସମପୂଣ୍ୟ ‘ଳ ମିଳିଥାଏ । ପୁନଶ୍ଚ ଦିନର ଦର୍ଶନଠାରୁ ରାତି ଦର୍ଶନରେ ଦଶଗୁଣ ‘ଳ ମିଳେ ।
ଏକଥା ମ୍ମ ଶାସ୍ତ୍ରରେ ଭିନ୍ନାକାରରେ ଲେଖା ଅଛି:
‘ନୀଳାଦ୍ରୌ ଦଶସହସ୍ରାଣୀ ଆଡପ ମଣ୍ଡପଦିନେ’ ।
ଅର୍ଥାତ ଶ୍ରୀ ମନ୍ଦିରରେ ଜୀଉମାନଙ୍କୁ ଦଶ ହଜାର ଦିନ ଦର୍ଶନକଲେ, ଯାହା‘ଳ ମିଳେ, ଆଡପ ମଣ୍ଡପରେ ଗୋଟିଏ ଦିନ ଦର୍ଶନକଲେ ସେତିକି ‘ଳ ମିଳିଥାଏ ।
ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ, ପାପମୋଚନ ଓ ନିର୍ବାଣ ପ୍ରାପ୍ତି ବା ପୁର୍ନଜନ୍ମର ମୁକ୍ତିପାଇଁ ଶ୍ରୀ ଜୀଉମାନଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରୁ ସୁସ୍ପଷ୍ଟ ଯେ ଶ୍ରୀ ମନ୍ଦିରରେ ଦର୍ଶନ ଅପେକ୍ଷା ରଥାରୁଢ଼ ଜୀଉମାନଙ୍କ ଦର୍ଶନ ଏବଂ ସର୍ବୋପରି ଆଡପ ମଣ୍ଡପ ଦର୍ଶନ ସର୍ବୋତ୍ତମ ଅଟେ ।
ପତିତମାନାଙ୍କ ଦର୍ଶନାର୍ଥେ ଏବଂ ଉଦ୍ଧାରାର୍ଥେ ଠାକୁରମାନଙ୍କ ଏ ଘୋଷ ଯାତ୍ରା । ସେହି ପତିତମାନଙ୍କୁ ଉଦ୍ଧାରକରନ୍ତୁ ଏ ମହାବାହୁ । ଯୁଗେ ଯୁଗେ ତାଙ୍କରି ନାମ ଏମିତି ଜନ ମୁଖରେ ରଟୁଥାଉ । ଏହାହିଁ ବିଚାର କରିବ ହେ ମହାବାହୁ!

ଅଧ୍ୟକ୍ଷ, ଓଡିଶା ଭାଷା ସଂରକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ:
ବିପିନ୍ ବିହାରୀ ପାଠାଗାର, ଜଟଣୀ, ଖୋର୍ଦ୍ଧା
ସୂନ୍ୟ ଭାସ୍‌: ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ