ଆଜି ଅପରାହ୍ଣ ୩ଟାରେ ଭାରତ ଓ ଶ୍ରୀଲଙ୍କା ୱାନ-ଡେ ମ୍ୟାଚ୍

କଲମ୍ବୋ, ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ଆର ପ୍ରେମଦାସା ଷ୍ଟାଡିୟମ୍‌ରେ ଅପରାହ୍ଣ ୩ଟା ସମୟରେ ଏହି ମ୍ୟାଚ୍‌ ଆରମ୍ଭ ହେବ । ଉଭୟ ଦଳ ଶନିବାର ଦିନ ଜୋରଦାର ଅଭ୍ୟାସ କରିଛନ୍ତି । ଶିଖର ଧାୱନଙ୍କ ନେତୃତ୍ୱରେ ଏକ ଯୁବ ଦଳ ସମ୍ପ୍ରତି ଶ୍ରୀଲଙ୍କା ଗସ୍ତ କରିଛି । ରାହୁଲ ଦ୍ରାବିଡ କୋଚ୍‌ ନିଯୁକ୍ତ ହୋଇଛନ୍ତି ।ବିରାଟ କୋହଲିଙ୍କ ଦଳ ଇଂଲଣ୍ଡରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଭାରତୀୟ ଦଳରେ ଷ୍ଟାର୍‌ ଖେଳାଳି ନଥିଲେ ହେଁ ଆଜି ବିଜୟ ସମ୍ଭାବନା ଅଧିକ ରହିଛି । କାରଣ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ବେଶ୍‌ ସନ୍ତୁଳିତ । ଯୁବ ଖେଳାଳିମାନେ ଫର୍ମରେ ରହିଛନ୍ତି । ୨୦୧୨ ଜୁଲାଇ ୨୪ତାରିଖ ପରଠୁ ଭାରତୀୟ ଦଳ ଶ୍ରୀଲଙ୍କାରେ କୌଣସି ଦିନିକିଆ ପରାଜିତ ହୋଇନାହିଁ । ଅନ୍ୟ ପଟରେ ପାଉଣାକୁ ନେଇ ଶ୍ରୀଲଙ୍କା ଖେଳାଳି ଓ ବୋର୍ଡ ମଧ୍ୟରେ ବିବାଦ ଥମି ନାହିଁ । ସିନିୟର ଖେଳାଳିମାନେ ଫର୍ମରେ ନଥିବାରୁ ଦଳ ଅସନ୍ତୁଳିତ ମନେ ହେଉଛି । ତଥାପି ଘରୋଇ ଗ୍ରାଉଣ୍ଡ୍‌ର ଫାଇଦା ଉଠାଇ ଶ୍ରୀଲଙ୍କା ବିଜୟ ପାଇଁ ସବୁ ଶକ୍ତି ଖଟାଇବ ।ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ତେଣୁ ଆଜି ବଡ ସ୍କୋର ହେବା ଆଶା କରାଯାଉଛି । ଦିବା-ରାତ୍ର ମ୍ୟାଚ୍‌ ହୋଇଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଆଜି ଅଧିନାୟକ ଧାୱନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ଆଉ ୨୩ ରନ୍‌ କଲେ ଦିନିକିଆ କ୍ରିକେଟ୍‌ରେ ୬୦୦୦ ରନ୍‌ ପୂରଣ କରିବେ । ଧାୱନଙ୍କ ସହ ପୃଥ୍ୱୀ ଶ’ ଭାରତ ପକ୍ଷରୁ ପାଳି ଆରମ୍ଭ କରିବା ନିଶ୍ଚିତ । ଫଳରେ ଦେବଦତ୍ତ ପାଡ଼ିକଲଙ୍କୁ ଏକାଦଶରେ ସ୍ଥାନ ମିଳିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ