ଖୀର ଭବାନୀ ମନ୍ଦିର ଦର୍ଶନ କଲେ ହେମାମାଳିନୀ

ଶ୍ରୀନଗର: ବଲିଉଡ଼ ଅଭିନେତ୍ରୀ ଏବଂ ଭାଜପା ସାଂସଦ ହେମାମାଳିନୀ ରବିବାର ଦିନ ଜମ୍ମୁ-କାଶ୍ମୀରର ଗାନ୍ଦରବଳ ଜିଲ୍ଲାରେ ଝରଣା ମଝିରେ ଥିବା ମାତା ଖୀର ଭବାନୀ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ଏଠାରେ ନିଜ ପୁରା ପରିବାର ସହିତ ପହଂଚିଥିଲେ । ଶ୍ରୀନଗର ସହର ଠାରୁ ୨୫ କିଲୋମିଟର ଦୂର ମା’ ଖିର ଭବାନୀ ମନ୍ଦିରରେ ଏବଂ ତା’ର ଆଖପାଖରେ ଏହି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗାନ୍ଦରବଲ ଜିଲ୍ଲାରେ ତୁଲ୍ଲାମୁଲ୍ଲା ଗାଁରେ ମାତା ଖିର ଭବାନୀ ମନ୍ଦିର କାଶ୍ମୀର ପଣ୍ଡିତଙ୍କ ସବୁଠାରୁ ପବିତ୍ର ମନ୍ଦିର ଅଟେ ।ଦେଶର ବିଭିନ୍ନ ଭାଗରେ ଥିବା କାଶ୍ମୀର ପଣ୍ଡିତମାନେ ପ୍ରତିବର୍ଷ ୨୬ ମଇରେ ଆୟୋଜିତ ହେଉଥିବା ବାର୍ଷିକ ଉତ୍ସବ ସମୟରେ ଖୀର ଭବାନୀ ମନ୍ଦିରରେ ଦର୍ଶନ କରିବା ପାଇଁ ପହଂଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ