ହାଇଦରାବାଦ ଵେବସାଇଙ୍କ ତିରୁପତି ବାଲାଜୀ ମନ୍ଦିରକୁ ୧କୋଟି ଟଙ୍କାର ସ୍ବର୍ଣ୍ଣ ଖଡ୍‍ଗ ଦାନ

ତିରୁପତି : ତିରୁମାଳା ପବର୍ତମାଳାରେ ଥିବା ଭଗବାନ ତିରୁପତି ତିରୁମାଲା ଭେଙ୍କଟେଶ୍ୱରଙ୍କ ପବିତ୍ର ପୀଠରେ ହାଇଦରାବାଦ ଵେବସାଇ ଏମ. ଶ୍ରୀନିବାସ ପ୍ରସାଦ ୧କୋଟି ଟଙ୍କା ମୂଲ୍ୟର ଗୋଟିଏ ସ୍ବର୍ଣ୍ଣ ଖଡ୍‍ଗ ଦାନ କରିଛନ୍ତି । ଏହି ସ୍ବର୍ଣ୍ଣ ଖଡ୍‍ଗର ଓଜନ ୫ କିଲୋଗ୍ରାମ ରହିଥିବାବେଳେ ଏଥିରେ ୨କିଲୋଗ୍ରାମ ଓଜନର ସୁନା ଏବଂ ୩ କିଲୋଗ୍ରାମ ଓଜନର ରୂପା ବ୍ୟବହାର କରାଯାଇଥିବା ସୂଚନା ରହିଛି । ଏହି ଖଡ୍‍ଗକୁ ତେଲୁଗୁ ଭାଷାରେ ‘ସୂର୍ଯ୍ୟକାଟାରି’ ବୋଲି କୁହାଯାଉଛି । ଖଡ଼ଗତି ପ୍ରଦାନ ଅବସରରେ ତିରୁମାଲା-ତିରୁପତି ଦେବସ୍ଥାନମର ଅତିରିକ୍ତ ନିର୍ବାହୀ ଅଧିକାରୀ ଏ. ଭେଙ୍କଟ ଧର୍ମା ରେଡ୍ଡି ମନ୍ଦିର ପରିସରେ ଥିବା ରଙ୍ଗନାଇକୁଲୁ ମଣ୍ଡପ ଠାରେ ଉପସ୍ଥିତ ରହି ଖଡ୍‍ଗକୁ ଗ୍ରହଣ କରିଥିଲେ । ଅହିଅବସରେ ଵେବସାଇଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତଥିଲେ. ଉଲେଖ ଯୋଗ୍ୟ ଯେ ତିରୁପତି ତିରୁମାଲା ଦେବସ୍ଥାନମ ବିଶ୍ୱର ଅନ୍ୟତମ ପ୍ରତିଷ୍ଠ ଓ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ମଧ୍ୟରେ ଅନ୍ୟତମ ଅଟେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ