ବିଜେପିକୁ କ୍ଷମତାଚ୍ୟୁତ କରିବା ପର୍ଯ୍ୟନ୍ତ ‘ଖେଳ ହେବ’ : ମମତା

ନୂଆଦିଲ୍ଲୀ: ପଂଚିଂବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତ ଅବସରରେ କହିଛନ୍ତି ଯେ ବିଜେପି ଶାସନ କାଳରେ ଦେଶ ଅନ୍ଧକାର ମଧ୍ୟକୁ ଚାଲିଯାଇଛି । ବିଜେପିକୁ ଦେଶର ଶାସନରୁ ହଟାଇବା ଓ କେନ୍ଦ୍ର ଶାସନରୁ କ୍ଷମତାଚ୍ୟୁତ କରିବା ପର୍ଯ୍ୟନ୍ତ ‘ଖେଳ ହେବ’ ହେବ ବୋଲି କହିଛନ୍ତି । ସେହିପରି ମମତା ଦିଦିଙ୍କ ଏହି ଭାଷଣକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଯଥା ତାମିଲନାଡୁ, ଦିଲ୍ଲୀ, ପଞ୍ଜାବ, ତ୍ରିପୁରା, ଗୁଜରାଟ ଓ ଉତ୍ତରପ୍ରଦେଶର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି । ମମତା କହିଛନ୍ତି ଯେ ଏଣିକି ଅଗଷ୍ଟ ୧୬ ତାରିଖକୁ ‘ଖେଳ ଦିବସ’ ଭାବେ ପାଳନ କରାଯିବ । ଏହିଦିନ ଗରିବ ପିଲାମାନଙ୍କୁ ଫୁଟବଲ୍‌ ସହ ଅନ୍ୟ କ୍ରୀଡା ସାମଗ୍ରୀ ବଣ୍ଟନ କରାଯିବ ।  ମମତା କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଜନେତାଙ୍କ ବିରୋଧରେ ଗୁଇନ୍ଦା କାର୍ଯ୍ୟକୁ ଏଠାରେ କଡ଼ା ସମାଲୋଚନା କରିଥିଲେ । ପେଗାସସ୍‌ ସ୍ପାଏୱେର ମାଧ୍ୟମରେ ସରକାରଙ୍କ ଗୁଇନ୍ଦାଗିରିକୁ ସେ ଦୃଢ ସମାଲୋଚନା କରିବା ସହ କହିଛନ୍ତି ଯେ ସେ ନିଜ ବେବହାର କରୁଥିବା ଫୋନ୍‌କୁ ହ୍ୟାକ୍‌ରୁ ସୁରକ୍ଷା ଦେବା ଲାଗି ସେ ପ୍ଲାଷ୍ଟର କରିଦେଇଛନ୍ତି । ଫଳରେ ଅଡିଓ ହେଉ କି ଭିଡିଓ ଆଉ କିଛି ହେବନି ମୋବାଇଲକୁ ତେଣୁ ସମ୍ପୂର୍ଣ୍ଣ ପ୍ଲାଷ୍ଟର କରିଦେଇଛି ବୋଲି କହିବା ସହ ନିଜେ ବେବହାର କରୁଥିବା ମୋବାଇଲ ଫାନଟିକୁ ଦେଖାଇଥିଲେ । ଇସ୍ରାଏଲ ସଂସ୍ଥା ପେଗାସସ୍‌ ଦ୍ବାରା ହୋଇଥିବା ଗୁଇନ୍ଦା କାର୍ଯ୍ୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ହସ୍ତକ୍ଷେପ କରନ୍ତୁ ବୋଲି ମମତା ମତ ପ୍ରକାଶ କରିଛନ୍ତି । ଦେଶରେ ସ୍ବାଧୀନତା ଏବେ ବିପଦରେ ରହିଛି ଏଥିପାଇଁ ବିଜେପି ଦାୟୀ ବୋଲି କହିଛନ୍ତି । ଯେଉଁ ଦଳ ନିଜ ଦଳର ସରକାରରେ ଥିବା ତାଙ୍କ ମନ୍ତ୍ରୀଙ୍କୁ ବିଶ୍ୱାସ କରୁନି ସେ ଦଳ କ୍ଷମତାରେ ରହି ତାର ଅପବ୍ୟବହାର କରୁଛି ବୋଲି କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ନିର୍ବାଚନରେ ତାଙ୍କର ନିର୍ବାଚିନି ସ୍ଲୋଗାନ ଥିଲା ‘ଖେଲା ହୋବେ’ ବା ‘ଖେଳ ହେବ’ ଏହି ନାରାକୁ ବର୍ତମାନ ସେ ଜାତୀୟସ୍ତରରେ ପହଞ୍ଚାଇଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମମତା ବିଜେପି ବିରୋଧରେ ଏହି ସ୍ଲୋଗାନ ଦେଇ ନିଜ ଦଳ ତୃଣମୂଳ କଂଗ୍ରେସ ପାଇଁ ବିପୁଳ ବିଜୟ ଆଣିଥିଲେ । ଆଜି ତୃଣମୂଳ କଂଗ୍ରେସର ସହିଦ ଦିବସରେ ମମତା ନିଜ ସମର୍ଥକଙ୍କୁ ଏହି ଆଭାସି ମାଧ୍ୟମରେ ସମ୍ବୋଧନ କରି ‘ଖେଳ ହେବ’ ନାରାକୁ ପୁଣି ଦୋହରାଇଛନ୍ତି । ଆସନ୍ତାବର୍ଷ ହେବାକୁଥିବା ଗୁଜରାତରେ ବିଧାନସଭା ନିର୍ବାଚନରେ ବିଭିନ୍ନସ୍ତାନରେ ମମତାଙ୍କ ଫଟୋ ଥିବା ପୋଷ୍ଟର ଦେଖିବାକୁ ମିଳିଛି । ୧୯୯୩ ଜୁଲାଇ ୨୨ ତାରିଖରେ ଯୁବ କଂଗ୍ରେସର ଶୋଭାଯାତ୍ରା ଚାଲିଥିବା ବେଳେ ପୁଲିସ ଗୁଳିରେ ୧୩ଜଣ କର୍ମୀଙ୍କ ମୃତ୍ୟୁ ଘଟିଥିଲା । ତେଣୁ ତୃଣମୂଳ କଂଗ୍ରେସ ଦଳ ଜୁଲାଇ ୨୧କୁ ସହିଦ ଦିବସ ଭାବେ ପାଳନ କରୁଛି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ