ଟିଏମସି ସାଂସଦ ଶାନ୍ତନୁ ସେନ ରାଜ୍ୟସଭାରୁ ସସପେଣ୍ଡ୍

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ସସପେଣ୍ଡ୍ କରାଯାଇଛି । କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଶାନ୍ତନୁ କାଗଜପତ୍ର ଛଡାଇ ଚିରି ଫିଙ୍ଗିଦେଇଥିଲେ । ଶାନ୍ତନୁଙ୍କ ଏହି ଅସାମ୍ବିଧାନିକ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ସସପେଣ୍ଡ ପରେ ରାଜ୍ୟସଭା ଅଧ୍ୟକ୍ଷ ଶାନ୍ତନୁଙ୍କୁ ବାହାରିଯିବାକୁ କହିଥିଲେ । ଶାନ୍ତନୁ ରାଜ୍ୟସଭାରେ ଏଭଳି କାଣ୍ଡ ଘଟାଇଥିଲେ । କାଲିଠାରୁ ଚର୍ଚ୍ଚାରେ ରହିଥିବା ସାଂସଦ ଶାନ୍ତନୁ ପେଶାରେ ଜଣେ ଡାକ୍ତର ଥିବା ବେଳେ ସେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ମଧ୍ୟ ଅଧ୍ୟକ୍ଷ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ