ଅଲିମ୍ପିକ୍ସରେ ଭାରତର ମୀରାବାଇଙ୍କୁ ରୌପ୍ୟ ପଦକ

ଟୋକିଓ: ଅଲିମ୍ପିକସରେ ପ୍ରଥମ ପଦକ ଭେଟି ଦେଇଛନ୍ତି ମୀରାବାଇ ଚାନୁ । ରୌପ୍ୟ ପଦକ ହାସଲ କରିଛନ୍ତି ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ । ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ଜିତିଛନ୍ତି । ସେ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ । ତେବେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ମୀରାବାଇ ଚାନୁ । ସ୍ନାଚ୍ ଇଭେଣ୍ଟର ପ୍ରଥମ ପ୍ରୟାସରେ ୮୪ କିଲୋଗ୍ରାମ ଓ ଦ୍ୱିତୀୟ ପ୍ରୟାସରେ ୮୭ କିଲୋମଗ୍ରାମ ଓଜନ ଉଠାଇଥିଲେ ।କିନ୍ତୁ ତୃତୀୟ ପ୍ରୟାସରେ ସେ ୮୯ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ । ଏଥିସହ ସେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ । କ୍ଲିନ୍ ଏଣ୍ଡ ଜର୍କର ପ୍ରଥମ ପ୍ରୟାସରେ ସେ ୧୧୦କିଲୋଗ୍ରାମ ଓଜନ ଉଠାଇଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ ମୀରାବାଇ ଚାନୁ । ସ୍ୱର୍ଣ୍ଣ ପଦକ ଚୀନର ହୁ ଜିହୁଇ ଜିତିଛନ୍ତି ।ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ପଦକ ପାଇଁ ଭାରତକୁ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା । ଶେଷଖଥର ୨୦୦୦ ମସିହାରେ କର୍ଣ୍ଣମ ମାଲେଶ୍ୱର ବ୍ରୋଞ୍ଜ ପଦକ ଜିତିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ