ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ନାହିଁ: ନିର୍ମଳା

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଦେଶକୁ ଆସିଥିବା କରୋନା ମହାମାରୀ ପରେ ପରେ ଯେଉଁ ସଂକଟ ଲାଗି ରହିଛି, ସେଥିରୁ ମୁକୁଳିବା ପାଇଁ କେତେକ ଅର୍ଥନୈତିଜ୍ଞ ନୋଟ ଛପା ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଏହାକୁ ଆଜି ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ କାରଣରୁ ଉପୁଜିଥିବା ଆର୍ଥିକ ସଂକଟରୁ ବାହାରିବା ପାଇଁ ସରକାରଙ୍କର ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ନାହିଁ । ଅର୍ଥମନ୍ତ୍ରୀକୁ ଏହା ପଚରାଯାଇଥିଲା ଯେ ଆର୍ଥିକ ସଂକଟଠାରୁ ବାହାରିବା ପାଇଁ ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ଅଛି କି? ଅର୍ଥମନ୍ତ୍ରୀ ଲିଖିତ ଭାବରେ ପ୍ରଶ୍ନର ଉତ୍ତରରେ ‘ନା’ କହିଛନ୍ତି । ଅନେକ ଅର୍ଥଶାସ୍ତ୍ରୀ ଏବଂ ବିଶେଷଜ୍ଞ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ କୋଭିଡ୍-୧୯ ଦ୍ୱାରା ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ସାହାଯ୍ୟ କରିବା ପାଇଁ ଆଉ ଅଧିକ ମୁଦ୍ରା ନୋଟ୍ ଛପା ଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ