ବାଇକ ସହ ଟ୍ରାକ୍ଟର ମୁହାଁମୁହିଁ ବାଇକ ଚାଳକ ମୃତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ): ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର ବ୍ଳକର ସାନପାଖଣା ପଞ୍ଚାୟତର ବାଦଡା ଗ୍ରାମ ପାଣିଟାଙ୍କି ଛକରେ ମଙ୍ଗଳବାର ୭.୩୦/ ୮ଟା ପାଖାପାଖି ସମୟରେ ଏକ ବାଇକ ସହ ଟ୍ରାକ୍ଟର ଧକ୍କାରେ ବାଇକ ଚାଳକର ମୃତ୍ୟୁ ହୋଇଛି ।ଯୁବକର ନାମ ମଙ୍ଗଳୁ ମହାନ୍ତ(୨୨) ପିତା ଗିଲୁ ମହାନ୍ମ । ଦୁର୍ଘଟଣାରେ ଯୁବକକୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣାର ତଦନ୍ତ କରୁଛି ।ପୋଲିସ ତରଫରୁ ଏକ ଅପମୃତ୍ୟୁ ମାମଲା କେଶ ନଂ ୧୨୨/୨୧ ରୁଜୁ କରାଯାଇଛି । ବୁଧବାର ଦିନ ଶବ ଵ୍ୟବଛେଦ ହେବ ।ମୃତ ଯୁବକ ଅତି ଗରିବ ପରିବାରର ।ସରକାରୀ ସହାୟତା ଶିଘ୍ର ତାଙ୍କୁ ମିଳୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ