ଖୋଳୁଥିଲେ କୂଅ, ହୋଇଗଲେ କୋଟିପତି

କଲୋମ୍ବା: ଘର ଅଗଣାରେ କୂଅ ଖୋଳୁଥିବା ବେଳେ ଏକ ବିରାଟକାୟ ନିଲମ ପଥର ମିଳିଛି। ଫଳରେ ତାଙ୍କ ଭାଗ୍ୟ ବଦଳିଯାଇଛି। ଏହି ପଥରର ଓଜନ ୫୧୦ କିଲୋ। ଏହା ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୭୪୩ କୋଟି ୭୮ ଲକ୍ଷ ୬୦ ହଜାର ୭୬୯ ଟଙ୍କା। ଶ୍ରୀଲଙ୍କା ରାଷ୍ଟ୍ରୀୟ ରତ୍ନ ଏବଂ ଆଭୂଷଣ ପ୍ରାଧୀକରଣ (ଏନ୍‌ଜିଜେଏ) କହିଛି, ୫୧୦ କିଲୋଗ୍ରାମ ପଥର କିଣିବାକୁ ବିଦେଶରୁ ନିଲାମ ଡକାଯାଉଛି। ଏହି ନିଲମ କଲମ୍ବୋର ଏକ ଟ୍ରେଜେରୀରେ ରଖାଯାଇଛି।ଏହି ପଥର ରତ୍ନାପୁରା ସହରରୁ ମିଳିଛି। ଖୋଳିବା ସମୟରେ ଏହି ପଥର ମିଳିଥିବାରୁ ଏହାର ନାମ ସେରେଣ୍ଡିପିଟି ସଫାୟାର ଦିଆଯାଇଛି। ଏହି ପଥର ସଫା କରିବା ପାଇଁ ପ୍ରାୟ ବର୍ଷେ ସମୟ ଲାଗିବ। ଏହାପରେ ଏହାର ବିଶ୍ଳେଷଣ କରାଯିବ। ଯାଞ୍ଚ ଅଧିକାରୀ କହିଛନ୍ତି, ଏହା ଏକ ବିଶେଷ ନିଲମ । ବିଶେଷକରି କଲମ୍ବୋରେ ହିଁ ନିଲମ ପଥର ମିଳିଥାଏ। ଏହାର ଦାମ୍‌ ସବୁଠୁ ଅଧିକ। ଅଧିକାରୀ ଏକଥା ବି ସ୍ପଷ୍ଟ କରିଛନ୍ତି, କି ପଥରର ମାଲିକ ଡା. ଗମାମଙ୍ଗେ। କାରଣ ତାଙ୍କ ଘରୁ ହିଁ ବାହାରିଛି। ପଥରର ସୁରକ୍ଷା ଦୃଷ୍ଟିରୁ ଏହାକୁ ବ୍ୟାଙ୍କ୍‌ ଅଫ୍‌ ସିଲୋନ୍‌ର ଏକ ଟ୍ରେଜେରୀରେ ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ